Take a fresh look at your lifestyle.

ଖଙ୍କିରା କପ କ୍ରିକେଟ, ମାର୍ଥାପୁର ବିଜୟୀ 

0 45

Get real time updates directly on you device, subscribe now.

ଢେଙ୍କାନାଳ : ଗଁଦିଆ  ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଙ୍ଖକିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଅନୁଷ୍ଠିତ ଦୁଇଟି ମ୍ୟାଚ ରେ ମାର୍ଥାପୁର ବିଜୟୀ ହୋଇଛି | ଆଜି ଚତୁର୍ଥ ଦିନର ଖେଳ ଏମସିସି କଟକ ସହ ମାର୍ଥାପୁର (ଜିରାଳ ) ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଏମସିସି କଟକ ୧୫ଓ ଭରରେ ୧୧୦ ରନ ସଂଗ୍ରହ କରିଥିଲା ଏହାର ଜବାବରେ ମାର୍ଥାପୁର ୧୨ ଓଭରରେ ୧୧୨ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା ।

ଏହାପରେ ପୁନଃ ମାର୍ଥାପୁର ଓ ବାରକଣା ମଧ୍ୟରେ ୨ୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେସଜିତି ମାର୍ଥାପୁରଦଳ ୧୫ଓଭର ରେ ୪ ଟି ଉଇକେଟ ରେ ୨୦୧ ରନ ସଂଗ୍ରହ କରିଥିଲା |  ଏହାର ଜବାବରେ ବାରକଣା ଦଳ ୧୫ ଓଭର ସୁଦ୍ଧା ୧୨୦ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା। ଆଜିର ଖେଳକୁ ଅମପେୟାର ଭାବେ ପରିଚାଳନା କରୁଥିଲେ ମନୋଜ ବ୍ରହ୍ମ ଓ ରାଧେଶ ସାହୁ ଏବଂ ସ୍କୋରର ଭାବେ ମିକୁ ଓ ରୁଦ୍ର ରହିଥିବାବେଳେ କଂମେଟ୍ରୀ ରେ ଚିକୁ ଭୂୟା ଥିଲେ।

ଆସନ୍ତାକାଲି ର ମ୍ୟାଚ କାଇମାଟି ଢେଙ୍କାନାଳ ସହିତ ସ୍କାଇଲି କ୍ରିକେଟ କ୍ଳବ କଟକ ମଧ୍ଯରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.