Take a fresh look at your lifestyle.

ଗର୍ଭଣା ମାଈ ହାତୀ ର ମୃତ୍ୟୁ, କାରଣ ଅସ୍ପଷ୍ଟ

ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ସୋସିଆଲ ମିଡିଆ ଫେସବୁକ ସାଇଡ୍ ରେ ବନ ବିଭାଗ କୁ ଦାୟୀ କରି ନିଜର ପ୍ରତିକ୍ରିୟା:ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ

0 39
ଢେଙ୍କାନାଳ : ଗଁଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ | ପୁଣି ଆଜି ଆଉ ଏକ ଗର୍ଭଣା ହାତୀର ମୃତ ଦେହ ଠାବ କରାଯାଇଛି |  ଗତକାଲି ରାତିରେ ଅଉ ଏକ ଗର୍ଭଣି ମାଈହାତୀଟି ଛୁଆ ଜନ୍ମ କରି ନପାରି ଧନିଆନାଲି ପାଳଗଣ୍ଡୁଆ ଦେଇ ଯାଇଥିବା ଜଙ୍ଗଲ ରାସ୍ତା ର ଜରିଟାଙ୍ଗର ନିକଟରେ ମରିଥିବାର ଜଣାଯାଇଛି | ହାତୀ ବସି ଥିବା ଅବସ୍ଥା ରେ ମରି ପଡିଛି |

ଢେଙ୍କାନାଳ ସହକାରୀ ବନ ସରକ୍ଷକ ରଶ୍ମୀ ରଞ୍ଜନ ସ୍ୱାଇଁ ଙ୍କ ସୂଚନା ଅନୁଯାୟୀ ହାତୀ ଗର୍ଭବତୀ  ଥିଲା, ତା ପେଟ ରୁ ଗୋଟିଏ ଅଣ୍ଡିରା ଛୁଆ ହାତୀ ର ମୃତ ଦେହ ମିଳିଛି | ହାତୀ ଟି ବସିଥିବା ବେଳେ ମାରିବା ଦେଖାଯିବ ପ୍ରଥମ ଘଟଣା ବୋଲି ବନ ବିଭାଗ କହିଛି | ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି | ବିଗତ ଦୁଇ ମାସ ମଧ୍ୟରେ୩ଗୋଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଏକ ହାତୀର ମୃତ୍ୟୁ ଖବର ହାତୀ ମାନଙ୍କର ଏପରି ଅଭାବନୀୟ ମୃତ୍ୟୁ କାହିଁକି ହେଉଛି ତାହା ପଶୁ ପ୍ରେମୀ ମାନଙ୍କମଧ୍ୟରେ ଛିଡା କରିଛି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ହାତୀ ମୃତ୍ୟୁ ନେଇ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ସୋସିଆଲ ମିଡିଆ ଫେସବୁକ ସାଇଡ୍ ରେ ବନ ବିଭାଗ କୁ ଦାୟୀ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । କପିଳାସ ଅଭୟାରଣ୍ୟ ପରିସର ରେ ଆଜି ଟ୍ରେଞ୍ଜ ରେ ପଡି ଗୋଟିଏ ମାଈ ହାତୀ ର ମୃତ୍ୟୁ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଧନିଆନଳୀ ଛୋଟତେନ୍ତୁଳି ରାସ୍ତା କୁ ଜନସାଧାରଣ ବ୍ୟବହାର ପାଇଁ ବନ୍ଦ କରି ଆଇନ ର ପାଠ ପଢ଼ାଉଥିବା ଅଫିସର ଜଣଙ୍କ ହାତୀ ଟି କାହିଁକି ମଲା କହି ପାରିବେକି ? ଜିଲ୍ଳା ପ୍ରଶାସନ ଏହି ହାତୀ ମୃତ୍ୟୁ ଉପରେ ଏକ ଉଚସ୍ତରୀୟ ତଦନ୍ତ ପାଇଁ ସୁପାରିଶ କରିବେକି ? ମାଈ ହାତୀ ଟି ସେହି ଟ୍ରେଞ୍ଜ ରେ ପଡି ମରିନି ତ ? ହାତୀ ସୁରକ୍ଷା ନାଁ ରେ କୋଟି କୋଟି ଟଙ୍କା ଚଳୁ କରୁଥିବା ଢେ଼ଙ୍କାନାଳ ବନ ବିଭାଗ ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

 

- Advertisement -

Leave A Reply

Your email address will not be published.