Take a fresh look at your lifestyle.

ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ସଙ୍ଘ ବୈଠକ

0 28

Get real time updates directly on you device, subscribe now.

ଗଁଦିଆ : ଗଁଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପି ଟି ଏ ବୈଠକ ବରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତେନ୍ଦ୍ର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି | ଷଡ଼ଙ୍ଗୀ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ ଚରଣ ସେଠୀ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ  ହରିହର ସାହୁ ଙ୍କ ଅଭିଭାବକ ଶିକ୍ଷକ ସଙ୍ଘ କୁ ମଜୁବତ କରିବା ପାଇଁ ସୂଚନା ଦେଇଥିଲେ ।

ଏହି ବୈଠକରେ ପିଟିଲେ ସଭ୍ୟା ସସ୍ମିତା ପୋଥାଳ ଅଧ୍ୟକ୍ଷତା କରିଥିଲେ। ଆଗାମୀ ତିନି ବର୍ଷ ପାଇଁ , ପ୍ରମୋଦ ଚନ୍ଦ୍ର ପାତ୍ର, ମନୋଜ ମହାରଣା, ପ୍ରମୋଦ କୁମାର ପୋଥାଳ,ନିର୍ମଳ ଚନ୍ଦ୍ର ବିହାରୀ, ପ୍ରଦୀପ୍ତ କୁମାର ସାମଲ, ଯୁଧିଷ୍ଠିର ଗୁରୁ, ସୁଜାତା ଦେହୁରୀ, ସସ୍ମିତା ସାହୁ, ସସ୍ମିତା ପୋଥାଳ, ଉର୍ମିଳା ପ୍ରଧାନ, ରେଣୁବାଳା ଗୁରୁ,ଓ ପ୍ରମୋଦିନୀ ବିହାରୀ ପରିଚାଳନା ପରିଷଦ କୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଏତଦ୍ ବ୍ୟତୀତ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଗ୍ରାମପଞ୍ଚାୟତ ସଦସ୍ୟ, ସ୍କୁଲ କ୍ୟାବିନେଟ ମୁଖ୍ୟ, ମୀନା ମଞ୍ଚ ମୁଖ୍ୟ, ପ୍ରଧାନ ଶିକ୍ଷକ ଓ ଶିକ୍ଷକ ପ୍ରତିନିଧି ସଭ୍ୟ ରୂପେ ମନୋନୀତ ହୋଇଥିଲେ।

ଆଗାମୀ ସପ୍ତାହ ମଧ୍ୟରେ ପରିଚାଳନା ପରିଷଦ ସଭାପତି ଓ ଉପସଭାପତି ମନୋନୀତ କରାଯିବ ବୋଲି ପର୍ଯ୍ୟବେକ୍ଷକ ଓ ପ୍ରଧାନ ଶିକ୍ଷକ ମତ ରଖିଥିଲେ। ସର୍ବଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିବା ପରେ ସଭାପତି ସଭା ସାଙ୍ଗ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.