Take a fresh look at your lifestyle.

ତ୍ରିନ୍ନାଥ ଠାକୁରଙ୍କ ନବମ ବାର୍ଷିକ ଉତ୍ସବ ପାଳିତ

0 20
ଢେଙ୍କାନାଳ : ଢେ଼ଙ୍କାନାଳ କୌବଲ୍ୟ ବଜାର ସ୍ଥିତ ମୁନସିପାଲଟି କୃଷକ ବଜାରରେ ତ୍ରିନ୍ନାଥଙ୍କର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତ୍ରିନ୍ନାଥ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯିବା ସହିତ ବିଭିନ୍ନ ପ୍ରକାରର ଫୁଲ ମାଳ ରେ ସୁସଜ୍ଜିତ କରାଯାଇଥିଲା।
ମହାପ୍ରଭୁଙ୍କ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା ସହ ପ୍ରଭୁଙ୍କ ପାଖରେ ଭୋଗ ପାଇଁ ଫଳମୂଳ ସହିତ ହୁମଯଜ୍ଞା  କରାଯାଇଥିଲା। ମହାପ୍ରଭୁଙ୍କ ପୂଜା ପାଇଁ ତିନିଦଳୀୟ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଆସି ନାମ ଗୀତ ଗାଇଥିଲେ। ସେହି ସନ୍ଧ୍ୟା ସମୟରେ ତ୍ରି ନ୍ନାଥ ମହାପ୍ରଭୁଙ୍କ ମେଳା ଅନୁଷ୍ଠିତ କରାଯାଇଥିଲା। ଏହି ନବମ ମେଳା ଆୟୋଜନ ରେ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସମାପନ କରାଯାଇଥିଲା।

- Advertisement -

Leave A Reply

Your email address will not be published.