Take a fresh look at your lifestyle.

ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ

ଗୋଲୋକ ଧଳ ଓ ବ୍ରଜ ଧଳଙ୍କ ପ୍ରତିମୂର୍ତି ଉନ୍ମୋଚିତ

0 127

ଢେଙ୍କାନାଳ : ବିଶିଷ୍ଟ ଭାଷା ବିଜ୍ଞାନୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଧ୍ୱିତତ୍ୱବିଦ, ପ୍ରତିଥଯଶା ପ୍ରାଧ୍ୟାପକ, ସୁସାହିତି୍ୟକ, ସଫଳ ଅନୁବାଦକ ସ୍ୱର୍ଗତ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ୧୦୦ ବର୍ଷ ପୁର୍ତି ଦିବସ ୧୪ ଡିସେମ୍ବର ୨୦୨୧ ତାରିଖରେ ତାଙ୍କ ଏବଂ ତାଙ୍କ ମୁଖ୍ୟ ପ୍ରେରଣା ଓ ମାଗଦର୍ଶକ ବଡଭାଇ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଓ ପ୍ରଖ୍ୟାତ ପ୍ରଜାମଣ୍ଡଳ ନେତା ସ୍ୱର୍ଗତ ବ୍ରଜକିଶୋର ଧଳଙ୍କ ଦୁଇଟି ଆବକ୍ଷ ପ୍ରତିମୂର୍ତି ତାଙ୍କ ପିତାଙ୍କ ନାମରେ ନାମିତ ଭୋଳେଶ୍ୱର ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ, ଛଦେଶ, ଭାପୁର ଠାରେ ପ୍ରତିଷ୍ଠା ହୋଇଯାଇଛି ।
ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସୁପୁତ୍ରୀ ବିଶିଷ୍ଟ ସମାଜସେବୀକା, ଗାନ୍ଧୀ ସ୍ୱାରକ ନିଧି ଓ ବାଜିରାଉତ ଛାତ୍ରବାସର ସଭାପତି କୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରତିମୂର୍ତି ଦୁଇଟି ଉନ୍ମୋଚନ କରିଥିଲେ ।
ପ୍ରତିମୂର୍ତି ଉନ୍ମୋଚନ କରି ସେ ମତବ୍ୟକ୍ତ କରିଥିଲେ ଯେ, ବ୍ରଜବାବୁ ଜଣେ ସାଲିସ ବିହୀନ ବିରଳ ସ୍ୱାଧିନତା ସଂଗ୍ରମୀ ଥିଲେ । ତାଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଆନେ୍ଦାଳନ ଜାତୀୟ ସ୍ତରରେ ଗଭୀର ପ୍ରଭାବ ପକାଇଥିଲେ । ସେହିପରି ଗୋଲୋକ ବିହାରୀ ଧଳ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାଷା ଓ ଧ୍ୱନିତତ୍ୱବିଦ ଥିଲେ ବୋଲି ମଧ୍ୟ ସେ କହିଥିଲେ ।

ଏହିପରି ପ୍ରତିଭାପୂଜା ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟିକରେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଗୋଲୋକ ବିହାରୀ ଧଳ ସ୍ମୁତି ସଂସଦ ସଭାପତି ଅପର୍ତି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବରେ କାନଡାର ଅବସ୍ଥାପିତ ବିଶ୍ୱ ଓଡ଼ିଶା ଆନ୍ତର୍ଜାତିକ ପରିଷଦର ସଦସ୍ୟ ପ୍ରଫେସର ଡ. ତନ୍ମୟ ପଣ୍ଡା, ବିଶିଷ୍ଟ ଅତିଥି ଭାବରେ ବିଦ୍ୟା ପବ୍ଲିଶିଙ୍ଗ, କାନଡାର ପରିଚାଳନା ନିଦେ୍ର୍ଦଶିକା ଡ. ସୁନନ୍ଦା ମିଶ୍ର ପଣ୍ଡା ଯୋଗଦେଇ ଧଳ ପରିବାର ସହିତ ଥିବା ଦୀର୍ଘଦିନର ପାରିବାରିକ ସମ୍ପର୍କ ଅବତାରଣା କରିବା ସଙ୍ଗେ ସଙ୍ଗେ କାନଡାରେ ଓଡ଼ିଆ ଭାଷା ସଂସ୍କୃତିର କରୁଥିବା ପ୍ରଚାର ପ୍ରସାର ପ୍ରସଙ୍ଗରେ ବିବରଣୀ ରଖିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକୁ ସ୍ୱାଇଁ, ପ୍ରଧାନ ଶିକ୍ଷକ ଗଗନ ସେନାପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଭୟ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ଆବାହକ ଗଙ୍ଗାଧର ଧଳ, ଜୟପୂର ଧଳ, ନୀଳମଣି ମହାରଣା, ପ୍ରଫୁଲ କୁମାର ପଣ୍ଡା, ଗୀତାଞ୍ଜଳି ନାୟକ, ବୈକୁଣ୍ଠ ବାରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ବ୍ରଜଧଳଙ୍କ କନିଷ୍ଠା କନ୍ୟା ବୀଣାପାଣି, ଅକାରଣ ଧଳଙ୍କ କନିଷ୍ଠା କନ୍ୟା ଆରତୀ ଧଳପରିବାର ବଂଶଳତା ଉପରେ କବିତା ଆବୃତି କରିଥିଲେ ।

ପ୍ରାରମ୍ଭରେ ଅତିଥି କୃଷ୍ଣା ମହାନ୍ତି, ଡ. ତନ୍ମୟ ପଣ୍ଡା, ଡ. ସୁନନ୍ଦା ମିଶ୍ର ପଣ୍ଡା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଏକ ଶିକ୍ଷାଭିତିକ ଭାବ ବିନିମୟ କାର୍ଯ୍ୟକ୍ରମ କରିଥିଲେ । ଏହାକୁ ଶିକ୍ଷକ ସତ୍ୟବ୍ରତ ପଣ୍ଡା ଓ ମନୋଜ କୁମାର ସାହୁ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.