Take a fresh look at your lifestyle.

କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା

0 52

ଢେଙ୍କାନାଳ : ଭୁବନେଶ୍ୱରସ୍ଥିତ କଂଗ୍ରେସ୍ ଭବନରେ ପୁଲିସ୍ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା ଜିଲା କଂଗ୍ରେସ୍ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

ଏଥିରେ ଜିଲା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଏ.ଆଇ.ସି.ସି ସଭ୍ୟା ସୁବାଶିନୀ ମହାକୁଡ, ସମ୍ସିଦା ତାୟବ, ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରା, ଯୁବ କଂଗ୍ରେସ ସଭାପତି ଜ୍ୟୋତିର୍ମୟୀ ପାଲ୍, ଛାତ୍ର କଂଗ୍ରେସ୍ ସଭାପତି ଶୁଭମ୍ ଦାସ, ଜିଲା କିଶାନ ସେଲ୍ ଅଧ୍ୟକ୍ଷ ବିପ୍ରବର ସାହୁ, ଜିଲା ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର, ଟାଉନ୍ ସଭାପତି ହାଇଦର୍ ମହମ୍ମଦ, ଜିଲା କଂଗ୍ରେସ୍ ଉପସଭାପତି ଗୋପାଳ ସାହୁ, ପ୍ରକାଶ କୁଅଁର, ଜିଲା କଂଗ୍ରେସ ସଂପାଦକ ଅମର ସେନାପତି, ମହମ୍ମଦ ସମୀର, ଶିଳ୍ପୀଶ୍ରୀ ହରିଚନ୍ଦନ, ହିନେ୍ଦାଳ ବ୍ଲକ୍ କଂଗ୍ରେସ୍ ସଭାପତି ଛବିରାଜ ବିଶ୍ୱାଳ, ଜିଲା ଆଇନ୍ ସେଲ୍ ଅଧ୍ୟକ୍ଷ ଅମ୍ଲାନ ଖଟୁଆ, ବରିଷ୍ଠ କଂଗ୍ରେସ ନେତା ସୁନିଲ୍ ଦାସ, ନିର୍ମଳ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୋଲିସ୍ଏତାଦୃଶ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଥିଲେ ।

- Advertisement -

Leave A Reply

Your email address will not be published.