Take a fresh look at your lifestyle.

‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୫ ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ

0 19

Get real time updates directly on you device, subscribe now.

ଢେଙ୍କାନାଳ: ଗୁରୁବାର ଅପରାହ୍ନରେ ‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ ସଂପର୍କିତ ବୈଠକ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିୟାନଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫେରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ, ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଡିଓ, ସରପଂଚ, ବ୍ଳକ ଶିକ୍ଷା ଅଧିକାରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ଭିସି ଯୋଗେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଭିତିଭୂମି ସୁଦୃଢ଼ୀକରଣ, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ, ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରୀ, ବିଜ୍ଞାନଗାର, ଖେଳ ପଡିଆର ଉନ୍ନତି, ଖେଳ ଉପକରଣ, ଖେଳରେ ଦକ୍ଷତା ବୃଦ୍ଧି ସଂପର୍କରେ ଆଲୋଚନା କରାଯାଇଥିଲା । ‘୫-ଟି’ ସଚିବ, ଶିକ୍ଷା ଓ ଦକ୍ଷତାର ବିକାଶ ଦିଗରେ ସମସ୍ତେ ନିଷ୍ଠାର ସହ ଦାୟିତ୍ୱ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲାର ‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୫ଟି ଉଚ୍ଚ ବିଦ୍ୟାଳୟକୁ ୨ୟ ପର୍ଯ୍ୟାୟରେ ରୂପାନ୍ତରିକରଣ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରାରମ୍ଭରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ‘୫-ଟି’ ସଚିବ ଜିଲ୍ଲାର ସମସ୍ତ ବିଡିଓଙ୍କ ସମେତ ପ୍ରଧାନ ଶିକ୍ଷକ, ଆଲୁମିନି, ସରପଂଚ ଓ ଅନ୍ୟାମାନଙ୍କ ସହ ବିଦ୍ୟାଳୟର ରୂପାନ୍ତରିକରଣ ସଂପର୍କରେ ମତ ବିନିମୟ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.