Take a fresh look at your lifestyle.

ଜେନେରାଲ୍ ବିପିନ୍ ରାୱତ ଓ ସାଥି ସୈନିକଙ୍କୁ ଜେ ଏସ ପି ଏଲ ର ଶ୍ରଦ୍ଧାଞ୍ଜଳି

0 16

Get real time updates directly on you device, subscribe now.

ଅନୁଗୁଳ : ଜେ ଏସ ପି ଏଲ ଅନୁଗୁଳ ପ୍ଲାଂଟ୍ ନିର୍ବାହୀ ନିର୍ଦେଶକ ଦାମୋଦର ମିତଲଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଗତ ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସାହସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ଜେ ଏସ ପି ଏଲ ପ୍ଲାଂଟ୍ ପରିସରରେ ସମ୍ମାନସୂଚନ ଭାବେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଜେନେରାଲ୍ ବିପିନ ରାୱତ ତଥା ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଉପଲବ୍ଧି ବିଷୟରେ ସ୍ମରଣ କରାଯାଇଥିଲା ।

ଜେ ଏସ ପି ଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜେନେରାଲ୍ ବିପିନ ରାୱତ ଓ ଅନ୍ୟାନ୍ୟ ସାହସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏଥିସହିତ ଶ୍ରୀ ମିତଲ ଜଣେ ଭାରତୀୟ ବାୟୁସେନାର ଯୁବ ଜୁନିଅର ୱାରାଂଟ୍ ଅଫିସର ରାଣା ପ୍ରତାପ ଦାସଙ୍କ ବିୟୋଗରେ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନ ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ରାଣାପ୍ରତାପ ଦାସ ଅନୁଗୁଳ ଜିଲ୍ଲା ନିବାସୀ ଏବଂ ସେ ବୁଧବାର ଦିନ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.