Take a fresh look at your lifestyle.

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ

ଏକାକାଳୀନ ୩ଟି ସ୍ଥାନରେ ଚଢାଉ

0 21

ଯୁଯୁମୁରା : ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତାଙ୍କ କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର,ସୁବର୍ଣ୍ଣପାଲି, ଝଙ୍କରପାଲିସ୍ଥିତ କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

ଏହି ଚଢାଉରେ ୨ ଡିଏସପି, ୩ ଇନ୍ସପେକ୍ଟର,୨ ଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ସମ୍ବଲପୁରସ୍ଥିତ ଦୁର୍ନୀତି ନିବାରଣ ବିଭାଗ ସ୍ୱତନ୍ତ୍ର ଅଦାଲତଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଚଢାଉ କରାଯାଇଛି।

- Advertisement -

Leave A Reply

Your email address will not be published.