Take a fresh look at your lifestyle.

ଢେଙ୍କାନାଳରେ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ-୨୦୨୧ ଅନୁଷ୍ଠିତ

0 33

Get real time updates directly on you device, subscribe now.

ଢେଙ୍କାନାଳ: ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଠାରେ କାଶିଆଡିହିର ଉକ୍ରଳମଣି ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ପାଳନ ଅବସରରେ ତୃତୀୟ”ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଏହି ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବରେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି, ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ଦେଳଇ ମୁଖ୍ୟ ବକ୍ତା, ବରିଷ୍ଠ ଆଇନ୍ଜୀବୀ ଓ ସମାଜସେବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଅନ୍ୟତମ ମୁଖ୍ୟବକ୍ତା, ପଲିଟିକାଲ୍ ସାଇନ୍ସ ରିଡର ମାନସୀ କର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ସାରଗର୍ଭକ ଭାଷଣ ମାଧ୍ୟମରେ କଳାକାର ଓ ଦର୍ଶକମାନଙ୍କୁ ଆପ୍ୟାୟତ କରିଥିଲେ ।

ଏହି ଅବସରରେ ସୁର୍ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଶ୍ରୀ ରାସବିହାରୀ ଦେହୁରୀଙ୍କ କଳାନୈପୁଣ୍ୟତାର ଝଲକ କଳାକାରମାନଙ୍କଠାରେ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ଦେଉଳସାହିର ବିଶିଷ୍ଟ କଣ୍ଠଶିଳ୍ପୀ ସୁଶ୍ରୀ ଶିବାନୀ ନନ୍ଦଙ୍କୁ ମାନପତ୍ର ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ସୁର୍ ସଙ୍ଗୀତ୍ର ସମସ୍ତ କଳାକାର ତଥା ଆଂଚଳିକ କଳାକାରମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ପ୍ରକାଶ କୁମାର ପରିଡା ସଭା ପରିଚାଳନା କରିଥିଲେ । ଅଜୟ କୁମାର ସାହୁ ମଂଚ ପରିଚାଳନା କରିବା ସହିତ ଝରଣା ସାହୁ, ସାଗରିକା, ମକୁନ୍ଦ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ଆଡ୍ଭୋକେଟ୍ ନିରୁପମା ପରିଡା ଅତିଥିମାନଙ୍କୁ ଉତ୍ସବରେ ଯୋଗଦେଇଥିବାରୁ ତଥା ସମସ୍ତ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.