Take a fresh look at your lifestyle.

ବିନୋଦ ଦୁଆ ଓ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦଙ୍କ ଶୋକ

0 37

Get real time updates directly on you device, subscribe now.

ଢେଙ୍କାନାଳ : ବରିଷ୍ଠ ସାମ୍ବାଦିକ ତଥା ସୁନାମଧନ୍ୟ ସ୍ତମ୍ଭକାର ବିନୋଦ ଦୁଆ ଏବଂ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଭୟଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ଏହି ଦୁଃଖଦ ସମୟରେ ସହାୟ ହୁଅନ୍ତୁ ଏବଂ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

୬୭ବର୍ଷ ବୟସରେ ବିନୋଦଙ୍କ ପରଲୋକ ଘଟିଛି । କରୋନାରୁ ସୁସ୍ଥ ହୋଇଥିବା ଦୁଆଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଆପୋଲ ହସ୍ପିଟାଲ୍ରେ ଚିକିତ୍ସିତ କରାଯାଉଥିବାବେଳେ ପରଲୋକ ଘଟିଥିଲା । ଭାରତରେ ଟିଭି ସାମ୍ବାଦିକତାରେ ଜଣେ ମାର୍ଗଦର୍ଶକ ଭାବେ ବିନୋଦ ପରିଚିତ ଥିଲେ । ସେ ଦୀର୍ଘଦିନ ଧରି ଦୂରଦର୍ଶନ ଏବଂ ଏନ୍ଡିଟିଭିରେ କାମ କରିଛନ୍ତି । ପଦ୍ମଶ୍ରୀରେ ସମ୍ମାନିତ ହୋଇଥିବା ସ୍ୱର୍ଗତ ଦୁଆ ଟିଭି ଚ୍ୟାନେଲ୍ ଏବଂ ଅନ୍ଲାଇନ୍ ପୋଟାଲ୍ରେ ଅନେକ ସଫଳ ସୋ’ କରିଛନ୍ତି । ଦୀର୍ଘ ୪୨ବର୍ଷର ସାମ୍ବାଦିକତା ଅଭିଜ୍ଞତା ଦୁଆଙ୍କର ରହିଛି । ତାଙ୍କ ପରଲୋକରେ ସାମ୍ବାଦିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା କହିଲେ ଅତୁ୍ୟକ୍ତି ହେବନାହିଁ ।

ସେହିପରି ଭୁବନେଶ୍ୱରର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠାତା ନିଦେ୍ର୍ଦଶକ ତଥା ଉକ୍ରଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ପଦ୍ମଭୂଷଣ ପ୍ରଫେସର ଡ. ତ୍ରିଲୋଚନ ପ୍ରଧାନଙ୍କର ୯୨ବର୍ଷ ବୟସରେ ହୃଦ୍ଘାତରେ ମୃତୁ୍ୟ ଘଟିଛି । ସ୍ୱର୍ଗତ ପ୍ରଧାନ ଆନ୍ତର୍ଜାତୀକ ପତ୍ରିକା ପାଇଁ ଗବେଷଣାତ୍ମକ ଲେଖା ପଠାଉଥିଲେ । ଉଚ୍ଚଶିକ୍ଷାରେ ସଂସ୍କାର ପାଇଁ ସରକାର ଗଠନ କରିଥିବା ଟାକ୍ସ ଫୋର୍ସର ମୁଖ୍ୟ ଭାବେ ମଧ୍ୟ କାମ କରିଥିଲେ । ପଦାର୍ଥ ବିଜ୍ଞାନରେ ଗବେଷଣା ଓ ଗବେଷଣାତ୍ମକ ପୁସ୍ତକ “ଦ ଫଟୋନ’, “କ୍ୱାଂଟନମ୍ ମେକାନିକ୍ସ’, ‘ଇଲେକ୍ଟ୍ରନ୍ କ୍ୟାପ୍ଚର ବାଇ ଫଟୋନ ପାସିଂ ଥ୍ରୁ ହାଇଡ୍ରୋଜେନ୍’ ପୁସ୍ତକ ତାଙ୍କୁ ଦେଶ ବିଦେଶରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

ଜଣେ ଜୁଣାଶୁଣା ଗବେଷକ ଓ ପଦାର୍ଥ ବିଜ୍ଞାନୀ ଭାବେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରିଥିଲେ । ସୁଖ୍ୟାତ ଅର୍ଜନ କରିଥିବା ଓଡିଆ ବୈଜ୍ଞାନିକ ଡ. ତ୍ରିଲୋଚନ ପ୍ରଧାନଙ୍କ ବିୟୋଗ ଖବର ଶୁଣି ତଥା ବରିଷ୍ଠ ସାମ୍ବାଦିକ ମୃତୁ୍ୟ ଖବର ଦେଶ ଦୁଇଟି ବରପୁତ୍ରଙ୍କୁ ହରାଇଲା ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ ତାଙ୍କ ଶୋକବାର୍ତାରେ ପ୍ରକାଶ କରିଛନ୍ତି । ଉଭୟଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ଏହି ଦୁଃଖଦ ସମୟରେ ସହାୟ ହୁଅନ୍ତୁ ଏବଂ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.