Take a fresh look at your lifestyle.

ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର

କୋଭିଡ ପଜିଟିଭ୍ ଚିହ୍ନଟ ଥିଲେ

0 21

Get real time updates directly on you device, subscribe now.

ଡୁବୁରୀ :  ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ ଚିକିତ୍ସା ପାଇଁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତ ୩୦ ତାରିଖରେ ଅସୁସ୍ଥ ହେବା ପରେ  ତାଙ୍କୁ ପ୍ରଥମେ ଯାଜପୁର ରୋଡ ଏରିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି  କରାଯାଇଥିଲା।  ତେବେ ତାଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଟାଟା କୋଭିଡ ହସ୍ପିଟାଲ, ଡୁବୁରୀରେ ଚିକିତ୍ସା କରାଯାଉଥିଲା । ବୟସାଧିକ କାରଣ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୃଷ୍ଟିଙ୍କୁ ଭୁବନେଶ୍ୱର ସ୍ଥିତ “ସମ୍” ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡା. ସ୍ମୃତି ରଂଜନ ମୁଦୁଲି ଓ ଟାଟା ମେଡିକାଲର ଅଧିକ୍ଷକ ଡା. ସୁଧାଂଶୁ ଶେଖର ସୂତାରଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଏକ ଆଡାଭାନ୍ସ ଲାଇପଂ ସପୋର୍ଟ ଆମ୍ୱୁଲାନ୍ସ ମାଧ୍ୟମରେ ପଦ୍ମଶ୍ରୀ ପୃଷ୍ଟିଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସ୍ଥାନାନ୍ତର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରବି ନାରାୟଣ ବାରିକ, ଏ.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ପଦ୍ମଶ୍ରୀ ପୃଷ୍ଟିଙ୍କ ନାତି ସର୍ବେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.