Take a fresh look at your lifestyle.

ଝିଲ୍ଲୀ ବେଆଇନ ପଥର ଖାଦାନ ଉତ୍ତୋଳନ ନେଇ ଏନଜିଟିଙ୍କ ଗୁରୁତ୍ୱପୂର୍ଣ ରାୟ

0 110

Get real time updates directly on you device, subscribe now.

କାମାକ୍ଷାନଗର, (ରାଜକିଶୋର ରାଉତ ):ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲୀ ଗାଁ ବେଆଇନ ପଥର ଖାଦାନରୁ ପଥର ଉତ୍ତୋଳନକାରୀଙ୍କ ଉପରେ ଜାତୀୟ ସବୁଜ ପ୍ରାଧିକରଣ ବା NGT ର ଛାଟ ପଡ଼ିଛି । ପଥରଖାଦାନର ମାଲିକ ଚିନ୍ମୟ କୁମାର ନାୟକଙ୍କ ଉପରେ ୫ କୋଟି ଟଙ୍କାର ଜରିମାନା କରିଛି ଏନଜିଟି ।

ବେଆଇନ ପଥର ବ୍ଲାଷ୍ଟିଂ ଓ ଗଛ କାଟି ପଥର ଖାଦାନ କରିବା ଉପରେ ଏହି ମୋଟା ଅଙ୍କର ଜରିମାନା ଜାରି ହୋଇଛି । ଯାହା ମାନ୍ୟବର ଜଷ୍ଟିସ ଆଦର୍ଶ କୁମାର ଗୋଏଲ ,ଜଷ୍ଟିସ ସୁଧୀର ଅଗ୍ରୱାଲ ,ଜଷ୍ଟିସ ଅମିତ ଷ୍ଟାଲେକାର ,ଜଷ୍ଟିସ ନଗିନ ନନ୍ଦ ,ଜଷ୍ଟିସ ଶୈବାଳ ଦାସଗୁପ୍ତା ୫ଜଣ ଖଣ୍ଡପୀଠ ଲିଜଧାରୀ ଅନୁମତି ଠାରୁ ଅଧିକ ପଥରକାଟିବା , ବେଆଇନ ବ୍ଲାଷ୍ଟିଙ୍ଗ ,ବେଆଇନ ଗଛ କଟାକୁ ନେଇ ୫ କୋଟି ଟଙ୍କାର ଅର୍ଥ ଜରିମାନା ଏକ ମାସ ମଧ୍ୟରେ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମନା ଦାଖଲ ନକଲେ ଚିନ୍ମୟ କୁମାର ନାୟକଙ୍କ ନାମରେ ଅପରାଧିକ ଓ ଆଇନ ଅନୁଯାୟୀ ମାମଲା ରୁଜୁ ହେବ ବୋଲି ମାନ୍ୟବର ଖଣ୍ଡପୀଠ କହିଛନ୍ତି ।

ସୂଚନା ଅନୁଯାୟୀ ,ବେଆଇନ ପଥର ବ୍ଲାଷ୍ଟିଙ୍ଗ ଯୋଗୁଁ ଝିଲ୍ଲୀ ଗାଁରେ ଅନେକ ଘର ଭାଙ୍ଗିବା ସହ ଅଞ୍ଚଳରେ ବ୍ୟାପକ ପରିମାଣର ପରିବେଶ ପ୍ରଦୂଷଣ ହେଉଥିବା ଗ୍ରାମବାସୀ ମାନେ ରାଜସ୍ବ ନିରୀକ୍ଷକଙ୍କ ଠାରୁ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଯାହାକୁ ନେଇ ମାମଲାଟି  ଢେଙ୍କାନାଳ ଜିଲ୍ଲାପାଳ ,ଜିଲ୍ଲା ବନଖଣ୍ଡ ଅଧିକାରୀ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ,ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ ଏବଂ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ହସ୍ତକ୍ଷେପ ପରେ ଘଟଣା ସ୍ଥଳ ପରିଦର୍ଶନ କରି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.