Take a fresh look at your lifestyle.

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯାଜପୁର ସ୍ପୋଟିଂ ବିଜୟୀ

ମନ୍ନଥ ମଲ୍ଲ ସର୍ବାଧିକ ୨୮ଟି ବଲରେ ୭୩ ରନ କରିମ୍ୟାନ ଅଫ ଦି ମ୍ୟାଚ

0 36

Get real time updates directly on you device, subscribe now.

ଗଁଦିଆ (ସରୋଜ ଶତପଥୀ) : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଆମ୍ବପଡା ଗ୍ରାମରେ ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସୁରେଶ ପଣ୍ଡା ଯୋଗଦେଇଥିବା ବେଳେସମ୍ମାନୀତ ଅତିଥି ଭାବରେ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ ।

ଉଦଘାଟନୀ ମ୍ୟଚରେ ଯାଜପୁର ବାପୁଜୀ କ୍ଲବ ଏବଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦିନଦାଶ କ୍ଲବ କଟକ ବ୍ୟାଟିଂ କରି ୧୬ ଓଭରରେ ୩ ୱିକେଟ ହରାଇ ୨୦୩ ରନ ସଂଗ୍ରହ କରିଥିବା ବେଳେଜବାବରେ ବାପୁଜୀ ସ୍ପୋଟିଂ କ୍ଲବ ଯାଜପୁର ୧୬ଓଭରରେ ୯ ୱିକେଟ ହରାଇ ୨୦୪ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ବାପୁଜୀ କ୍ଲବର ମନ୍ନଥ ମଲ୍ଲ ସର୍ବାଧିକ ୨୮ଟି ବଲରେ ୭୩ ରନ କରିମ୍ୟାନ ଅଫ ଦି ମ୍ୟାଚ ଭାବରେ ବିବେଚିତ ହୋଇଥିଲେ ।

ଆଜିର ଖେଳକୁ ଗଗନ ନାୟକ, ପଞ୍ଚାନନ ମହାନ୍ତି, ନରେଶ ମହାନ୍ତି, ବାପି ପଣ୍ଡା, ବିଶ୍ୱରଞ୍ଜନ, ରାଜୀବ ମଲ୍ଲିକ, ରଜନୀକାନ୍ତ ପାଣିଗ୍ରାହୀ, ସନ୍ତୋଷ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଅମ୍ପାୟାର ଭାବରେ ରାକେଶ ରୋଶନ ନାଥ, ପ୍ରଭାତ ଦେହୁରୀ ପରିଚାଳନା କରିଥିଲେ । ଆସନ୍ତା କାଲି ଆଇଆରସି ଭୁବନେଶ୍ୱର ଏବଂ ଚୌଦ୍ୱାର କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.