Take a fresh look at your lifestyle.

ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ

0 37
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ, ଗଁଦିଆ ବ୍ଲକ ଏବଂ ପୌରାଞ୍ଚଳର ଅନେକ ସାଧାରଣ ଲୋକମାନେ କେଜ୍ରିୱାଲଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ଠାରେ ଦଳର ସଦସ୍ୟତା ଗ୍ରହଣ କରି ଦଳରେ ଯୋଗ ଦେଇଥିଲେ l ଜିଲ୍ଲା ଆବାହକ ପଙ୍କଜ ନାୟକ ଔପଢକନ ଦେଇ ଦଳରେ ସାମିଲ କରାଇଥିଲେ l ଏହି ଅବସରରେ ପୌରାଞ୍ଚଳର ବରିଷ୍ଠ ସଦସ୍ୟ ପ୍ରଭାତ ବେହେରା ଏବଂ ସଦାନନ୍ଦ ଦାସ ଉପସ୍ଥିତ ଥିଲେ l
ପ୍ରଥମ ପର୍ଯ୍ୟାୟରେ ସଦର ବ୍ଲକର ଜୋନ ସ୍ତରରେ ଜିତେନ୍ଦ୍ର ଜେନା ତାଙ୍କର ସହକର୍ମୀ ମାନଙ୍କ ସହିତ ଯୋଗ ଦେଇଥିବା ବେଳେ ବେଲଟିକିରି ପଞ୍ଚାୟତର ଅବସର ପ୍ରାପ୍ତ ଅଗ୍ନିଶମ ଅଧିକାରୀ ସତ୍ୟାନନ୍ଦ ପଣ୍ଡା ତାଙ୍କର ଦଳବଳ ସହିତ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ l
ସେହିପରି ଗଁଦିଆ ବ୍ଲକର ଅନେକ ସାଥି ଦଳରେ ଯୋଗ ଦେଇଥିବା ବେଳେ ପୌରାଞ୍ଚଳର କିଛି ଛାତ୍ର ଏବଂ ଯୁବକ ଦଳରେ ଯୋଗ ଦେଇଥିଲେ l ସମସ୍ତଙ୍କ ମୁହଁ ରେ ସେହି ଗୋଟିଏ କଥା “ଆମକୁ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟ ଶୈଳୀ ଆକୃଷ୍ଟ କରିଛି l ସେ ଶିକ୍ଷା ନୀତି ହେଉ, ସ୍ୱାସ୍ଥ୍ୟ କଥା କୁହନ୍ତୁ, ମହିଳା ସୁରକ୍ଷା, ବିଜୁଳି, ପାଣି, କୃଷି କଥା କୁହନ୍ତୁ ବା ଯୁବ ପିଢିଙ୍କୁ ରୋଜଗାର କଥା କୁହନ୍ତୁ” l ଆପ୍ ସବୁ କ୍ଷେତ୍ରରେ ସଫଳତାର ସାଧାରଣ ଲୋକ ମାନଙ୍କର ମୌଳିକ ସମସ୍ୟା ଉପରେ କାମ କରୁଛି l

- Advertisement -

Leave A Reply

Your email address will not be published.