Take a fresh look at your lifestyle.

ପିଙ୍ଗୁଆ ଡିଗ୍ରୀ କଲେଜ ର ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ

0 23

Get real time updates directly on you device, subscribe now.

 ଢେ଼ଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଅଗ୍ରଣୀ ପିଙ୍ଗୁଆ ଡିଗ୍ରୀ କଲେଜରେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ଉଦେଶ୍ୟରେ ରେ ଏକ ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଉତ୍ସବ କୁ କଲେଜ ର ଅଧ୍ୟକ୍ଷ ଭଗବାନ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ | ଓଡ଼ିଆ ବିଭାଗର ଅଧ୍ୟାପକ ଦୀପ୍ତିରଞ୍ଜନ ମହାଳିକଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଇଂରାଜୀ ବିଭାଗର ବରିଷ୍ଟ ଅଧ୍ୟାପକ ମହେଶ୍ଵର ବେହେରା ମୁଖ୍ୟବକ୍ତା ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ |
ଅନ୍ୟତମ ସଂମ୍ମାନୀତ ଅତିଥୀ ଅଧ୍ୟାପକ ରାମନାରାୟଣ ରାଉତ ,ବାବୁଲି ସାହୁ ,ରାଜେନ୍ଦ୍ର ପ୍ରସାଦ ରାଉତ ,ଅଧ୍ୟାପିକା ଦ୍ରୌପଦୀ ରାଉତ ଯୋଗଦେଇଥିଲେ | ବିଶେଷ ଅତିଥୀ ଭାବେ +2 ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଭାବେ ଯୋଗଦେଇଥିବା ସଂସ୍କୃତ ବିଭାଗର ଅଧ୍ୟାପିକା କୁମାରୀ ସଂଗୀତାରାଣୀ ବାରିକଙ୍କୁ କଲେଜ ତରଫରୁ ଭବ୍ୟ  ସ୍ୱାଗତ ସମ୍ବର୍ଦ୍ଦନା କରାଯାଇଥିଲା | ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ ସ୍ୱାଗତ ସଂଗୀତ ସହିତ ପୁଷ୍ପଗୁଚ୍ଛ ଉପହାର ପ୍ରଦାନ କରି ଧୂପଦୀପ ମାଧ୍ୟମ ରେ ବନ୍ଦାପନା କରାଯାଇ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା |   +୩ଶେଷବର୍ଷର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ,+୩ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ୱର୍ଣ୍ଣପ୍ରଭା ରାଉତ ,+୩ପ୍ରଥମ ବର୍ଷର ଛାତ୍ରୀ ଜ୍ୟୋତ୍ରିମାୟୀ ମାହାଳିକ ,ଲକ୍ଷ୍ମୀପ୍ରିୟା ସାହୁ ,ଛାତ୍ର  ଦୁଷ୍ମନ୍ତ ସାହୁ ,ନିଜର ଅନୁଭୂତି ପ୍ରଦାନ କାଟିଥିଲେ |ଶେଷବର୍ଷର ଛାତ୍ରୀ ସସ୍ମିତା ସାହୁ ଧନ୍ୟବାଦ ପ୍ରଦାନକରିଥିଲେ |ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାଧ୍ୟ ଆୟୋଜନ କରାଯାଇଥିଲା |ପରସ୍ପର ମାଧ୍ୟରେ  ଭାଇଚାରା ସୃଷ୍ଟି ପାଇଁ ଏକତ୍ର ଭୋଜନର ର  ଵ୍ୟଵସ୍ଥା କରାଯାଇଥିଲା |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.