Take a fresh look at your lifestyle.

NH-55 କୁ ଅବରୋଧ କଲେ ସ୍ଥାନୀୟ ଢେଙ୍କାନାଳ ଲୋକ

0 30

Get real time updates directly on you device, subscribe now.

ଢେଙ୍କାନାଳ: ଆଜି ସ୍ଥାନୀୟ NH-55 କୁ ward no 1 ର ଜନ ସାଧାରଣମାନେ ଅବରୋଧ କରୁଛନ୍ତି । ଏହି ରାସ୍ତା ଟି ଏକ ବ୍ୟସ୍ତ ବହୁଳ ରାସ୍ତା, ଯାହା ଉପରେ ପ୍ରତିଦିନ ହଜାର ହଜାର ଗାଡି ମଟର ଯାତାୟତ କରିଥାଏ। କିନ୍ତୁ ଏହି ରାସ୍ତା ଦିର୍ଘ ୪ ବର୍ଷ ହେଲା କାମ ଆରମ୍ଭ ହୋଇଛି କିନ୍ତୁ ସରିବାର ନାଁ ନେଉନାହିଁ। ରାସ୍ତାର ଚାରିଆଡେ ଖାଲି ଖମାରେ ଭର୍ତ୍ତି ହୋଇଛି । ଢେଙ୍କାନାଳ କଲେଜ ବାଇପାସ ଛକ ଶିବ ମନ୍ଦିର ଠାରୁ ଆନନ୍ଦନଗର ପର୍ଯ୍ୟନ୍ତ ରାସ୍ତାଟି ଅତି ଶୋଚନୀୟ ହୋଇଛି ,ଏପରିକି ଆମ୍ବୁଲାନ୍ସରେ ରୋଗୀ ନେବା କଷ୍ଟକର l ରାସ୍ତାର ଖରାପ ଅବସ୍ଥା ଯୋଗୁ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଲାଣି କିନ୍ତୁ କୌଣସି ପ୍ରତିକାର ନ ହେବାରୁ 1ନମ୍ବର ୱାର୍ଡର ବାସିନ୍ଦା ମାନେ ବାଧ୍ୟ ହୋଇ  ବାଇପାସ ଛକରେ ରାସ୍ତା ରୋକ କରାଯାଇ ଥିଲା ।

ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ଆଶ୍ୱାସନା ଦେଇ ଆସୁଛନ୍ତି । କିନ୍ତୁ କିଛି ସୁଫଳ ମିଳୁନାହିଁ । ପ୍ରତିଦିନ ମଙ୍ଗୁଳି ଠାରୁ ଅନୁଗୁଳ ଭିତରେ ବହୁତ ଦୁର୍ଘଟଣା ଘଟୁଛି , ତେଣୁ ବହୁତ ମୂଲ୍ୟ ବାନ ଜିବନ ଚାଲିଯାଉଛି । ଗତ ରଥଯାତ୍ରା ଦିନ ମଧ୍ୟ ଦୁଇ ଭାଇ ଭଉଣୀ ଏହି ରାସ୍ତାରେ ଯିବା ସମୟରେ ଟ୍ରକ ଚକ ତଳେ ପଡି ଭଉଣୀର ଜିବନ ଚାଲିଯାଇଥିଲା ।

ଜିଲ୍ଲା ପ୍ରଶାସନ ରାସ୍ତାର ମରାମତି ପାଇଁ କଥା ଦେଇଥିଲେ ହେଲେ ମରାମତି ହେଲା ନାହିଁ. ତେଣୁ ସାଧାରଣ ଲୋକମାନେ ରାଜରାସ୍ତାକୁ ସକାଳ ୮ ଟା ଠାରୁ ୧୧ ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଆଡଭୋକେଟ ସୁରେନ୍ଦ୍ର ମିଶ୍ର, କାଉନସିଲର ବଳରାମ ସେଠି, ବିଭୂତି ଷେଣ୍ଢ, ମୁସ୍ତାକ ଅବିଦି,ସୁଦାମ ଦାସ,ଅମିୟ ମହାନ୍ତି,ସୋଭ୍ଗ୍ୟାଗ ଷଡଙ୍ଗୀ,ରବୀନ୍ଦ୍ର ମଲ୍ଲିକ,ମୁନି ମହାନ୍ତି, ମନୁହର ବକ୍ସ ଉପସ୍ଥିତି ରେ ଏହି ରାସ୍ତାରୋକ କରାଯାଇ ଥିଲା । ଆଜି ସକାଳ 8ଘଣ୍ଟା ରୁ 11ଘଣ୍ଟା ପର୍ଯ୍ୟନ୍ତ କଲେଜ ବାଇପାସ ନିକଟରେ ରାସ୍ତା ରୋକ ଫଳରେ ଆନନ୍ଦ ନଗର ଠାରୁ କଲେଜ ବାଇପାସ ଛକ ପର୍ଯ୍ୟନ୍ତ ରାସ୍ତାର ମରାମତି କାମ ଆରମ୍ଭ କରାଯାଇଛି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.