Take a fresh look at your lifestyle.

ମହିମା ମହାବିଦ୍ୟାଳୟ:କୀଟ ନାଶକର ସଙ୍ଘାତ ସମନ୍ଧରେରେ ଆଲୋଚନା ଚକ୍ର

0 120

Get real time updates directly on you device, subscribe now.

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକଲ୍ୟରେ ଏକ ସମ୍ପାନ “କୀଟ ନାଶକର ସଙ୍ଘାତ (Impact of Pesticides) ସମନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବଦ୍ଧର୍ନା ଜ୍ଞାପନ କରାଯାଇଥିଲା।

ମୁଖ୍ୟ ଅତିଥିଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ରସାୟନ ବିଭାଗର ମୁଖ୍ୟ ଡ. ରତ୍ନାକର ଦାସ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସଂପାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାଧ୍ୟାପିକା ଶ୍ରୀମତୀ ସଂଯୁକ୍ତା ଜେନା ଓ ପ୍ରାଧ୍ୟାପକ ଜିତେନ୍ଦ୍ରିୟ ଶତପଥୀ, ଡେମନଷ୍ଟ୍ରେଟର୍ ଶକ୍ତି ପ୍ରସାଦ ନାୟକ, ଡିଇଓ ଜୟନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ  ବିଭାଗୀୟ ଅଧ୍ୟାପକ ଆଦିତ୍ୟ ନାରାୟଣ ବେହେରା ସ୍ୱାଗତ୍ ଅଭିଭାଷଣ ପ୍ରଦାନ କରିଥିଲେ । +୩ ଦ୍ଵିତୀୟ ବର୍ଷର ଛାତ୍ର ମାନସ ରଞ୍ଜନ ସାହୁ “କୀଟ ନାଶକର ସଙ୍ଘାତ ” ସମ୍ବନ୍ଧୀୟ ସନ୍ଦର୍ଭ ପ୍ରୋଜେକ୍ଟର ମାଧ୍ୟମରେ ପାଠ କରିଥିଲେ ।

 ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ଏବଂ ସର୍ବଶେଷରେ ଅଧ୍ୟାପିକା ପ୍ରେମଲତା ମଲ୍ଲ ଧନ୍ୟବାଦ ଅର୍ପଣ କରିବା ସହିତ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଵଳ ଭବିଷ୍ୟତ ଏବଂ ଉନ୍ନତ୍ତି କାମନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.