Take a fresh look at your lifestyle.

ରନ୍ଧନ ଗ୍ୟାସ ଓ ଅହେତୁକ ଦର ବୃଦ୍ଧି ବିରୋଧରେ ମହିଳା କଂଗ୍ରେସ ତରଫରୁ ବିକ୍ଷୋଭ ଓ କୁଶପୂତଳିକା ଦାହ

0 7

Get real time updates directly on you device, subscribe now.

ଢେଙ୍କାନାଳ : ଅଦ୍ୟ ଢେଙ୍କାନାଳ ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ କୁଶପୂତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍, ମୁ୍ୟନିସିପାଲିଟି ଓ ଏନ୍.ଏ.ସି.ରୁ ମହିଳାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯେଉଁଭଳି ଭାବରେ ରନ୍ଧନ ଗ୍ୟାସ ଦର୍କୁ ବାରମ୍ବାର ବୃଦ୍ଧି କରି ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଅହେତୁକ  ବୃଦ୍ଧି ହେତୁ ସାଧାରଣ ଗୃହିଣୀଙ୍କ ରୋଷେଇ ଶାଳ ଉପରେ ଆଜି ଚଡକ ପଡିଛି ଏବଂ ଆଗାମୀ ଦିନରେ ଭାରତ ବର୍ଷରେ ଶ୍ରୀଲଙ୍କା ଭଳି ଅବସ୍ଥା ସୃଷ୍ଟି ହେବାକୁ ଯାଉଛି ।

ସରକାର ଉଜ୍ୱଳା ଯୋଜନା କରୁଥିବା ସ୍ଥଳେ ଉଜ୍ୱଳ ହିତାଧିକାରୀମାନେ ସେମାନଙ୍କର ରନ୍ଧନ ଗ୍ୟାସ୍କୁ ରିଫିଲିଂ ନକରିପାରି ବାଧ୍ୟହୋଇ ଶହେ ଟଙ୍କା କମିସନ ରଖି ଗ୍ୟାସ୍ ବିତର୍କମାନଙ୍କୁ ଛାଡି ଦେଉଥିବାରୁ ଏହା ଉପରେ ବଡ ଦୁର୍ନୀତି ହେଉଥିବାର ଗନ୍ଧ ଜଣାପଡୁଛି । ଉକ୍ତ ସଭାରେ ଏ.ଆଇ.ସି.ସି. ସଭ୍ୟା ଶୁଭାସିନୀ ମହାଖୁଡ, ସମ୍ସିଦା ତାୟୁବ୍, ଟାଉନ୍ ମହିଳା ସଭାନେତ୍ରୀ ଶିଳ୍ପିଶ୍ରୀ ହରିଚନ୍ଦନ, ରୋମିନା ବେଗମ୍, ସଂଯୁକ୍ତା ପରିଡା, ସୂଜାତା ଖଟୁଆ, ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ର୍ବୂତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ନିର୍ମଳ ମିଶ୍ର, ସୁନିଲ୍ ଦାସ, ପ୍ରେମ୍ଶଙ୍କର ମିଶ୍ର, ମଥୁରି ସାହୁ, ଛାତ୍ର କଂଗ୍ରେସ୍ ସଭାପତି ସୁଭମ୍ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ସର୍ବଶେଷରେ ପ୍ରଦେଶ ମହିଳା କଂଗ୍ରେସ୍ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ସାରା ଓଡିଶାରେ ଏ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଉଥିବାରୁ ସର୍ବସମ୍ମତିକ୍ରମେ ପ୍ରଦେଶ କଂଗ୍ରେସ୍ ସଭାନେତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.