Take a fresh look at your lifestyle.

ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯିବ

 ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟିରଏକ ସାମ୍ବାଦିକ ସମ୍ମିଳନୀ

0 74

Get real time updates directly on you device, subscribe now.

ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ସଂଯୋଜକ ଶ୍ରୀ ନିଶିକାନ୍ତ ମହାପାତ୍ର ଜଣାଇଥିଲେ ଯେ ରାଜ୍ୟ ନିର୍ବାଚନ କମିଶନଙ୍କ ତରବରିଆ ଓ ଭ୍ରମାତ୍ମକ ସୂଚନା ଅନୁଯାୟୀ କେତେକ ଓଡ଼ିଶା ମିଡିଆରେ ପ୍ରକାଶ ପାଇଛି ଯେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାର୍ଟି ତରଫରୁ ୩୨ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେମାନେ ତାଙ୍କର ତୃଟି ସ୍ବୀକାର କରିବା ସହିତ ଅନ୍ତିମ ସୁଚିରେ ଏହାକୁ ସଂଶୋଧନ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି । ଶ୍ରୀ ମହାପାତ୍ର ଜଣାଇଛନ୍ତି ଯେ ପ୍ରକୃତରେ ୧୪୧ ଜଣ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ପ୍ରତିଦ୍ୱନ୍ଦିତା କରିଛନ୍ତି ଏବଂ ସେହି ପ୍ରାର୍ଥୀ ମାନଙ୍କର ଏକ ସୁଚି ସେ ଜାରି କରିଛନ୍ତି ।

ଏହି ସମ୍ମିଳନୀରେ ପାର୍ଟି ତରଫରୁ ପଞ୍ଚାୟତ ନିର୍ବାଚନ ପାଇଁ ଏକ ଇସ୍ତାହାର ଜାରି ହୋଇଛି । ଏହି ଅବସରରେ ପାର୍ଟିର ରାଜ୍ୟ ମୂଖ୍ୟ ପ୍ରବକ୍ତା ଶ୍ରୀ ରଙ୍ଗାଚରଣ ପ୍ରଧାନ କହିଲେ ଯେ ଆପ୍ ଜିତିଲେ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ଗଣତନ୍ତ୍ର ସୁଦୃଢ ଓ ପାରଦର୍ଶି କରିବା ପାଇଁ ନିୟମିତ ପଞ୍ଚାୟତ ଓ ଗ୍ରାମସଭା ବୈଠକ ବସାଇବେ ।

ଗାଁ ହସ୍ପିଟାଲ ଓ ସ୍କୁଲ ପରିଚାଳନାରେ ପଞ୍ଚାୟତର ଭାଗିଦାରୀ ବଢାଇବେ । ପଞ୍ଚାୟତ ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଦିଆଯିବ । ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକିୟା ଗ୍ରାମସଭାରେ ହୋଇ ଏହାକୁ ପାରଦର୍ଶି କରାଯିବ । କୃଷକଙ୍କ ପାଇଁ ମଣ୍ଡି ବ୍ୟତୀତ ସେଡ୍ ମଧ୍ୟ ତିଆରି କରାଯିବ ।

ବୁଣାକାର ଓ ମତ୍ସ୍ୟଜୀବୀଙ୍କ ପାଇଁ ପଞ୍ଚାୟତ ସ୍ତରରେ ଆବଶ୍ୟକ ଯୋଜନା ପ୍ରସ୍ତୁତ ହେବ ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରାଯିବ । ଜମି ଅଧିଗ୍ରହଣ ପୂର୍ବରୁ ପାରଦର୍ଶିତାର ସହ ଗ୍ରାମସଭା ବୈଠକର ମଞ୍ଜୁରୀ ନିଆଯିବ । ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଠିକାଦାରକୁ ପ୍ରାପ୍ୟ ଦେବା ପୁର୍ବରୁ ନିର୍ମାଣର ଗୁଣବତ୍ତା ପାଇଁ ଗ୍ରାମସଭାର ଅନୁମୋଦନ ନିଆଯିବ ଏବଂ ଏହା ଦ୍ବାରା କୁଖ୍ୟାତ ପିସି ବ୍ୟବସ୍ଥାର ଦୁରିକରଣ କରାଯିବ ।

ଆମ୍ ଆଦମୀ ପାର୍ଟିର ବିଜୁଳି, ଶିକ୍ଷା, ରୋଜଗାର, ସ୍ବାସ୍ଥ୍ୟ ଓ ପିଇବା ପାଣିର ରାଜନୀତି ସାରା ଦେଶରେ ଆଦୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ରାଜନୀତିକୁ ବଳ ଦେବା ପାଇଁ ପାର୍ଟି ତରଫରୁ ଭୋଟରମାନଙ୍କୁ ନିବେଦନ କରାଯାଇଛି । ଏହି ସମ୍ମିଳନୀରେ  ଅନ୍ୟତମ ପ୍ରବକ୍ତା ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ସୁବାଶିଷ ସ୍ବାଇଁ ଓ କଟକ ଜିଲ୍ଲା ପାର୍ଟି ଆବାହକ ଶ୍ରୀ ଦୁର୍ଗା ପ୍ରସାଦ ପରିଡା ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.