Take a fresh look at your lifestyle.

ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କର ପରଲୋକ

0 14

Get real time updates directly on you device, subscribe now.

ବାରିପଦା: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ତାଙ୍କର ଦେହାନ୍ତ ହୋଇଛି। ସେ ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ସରୋଜ ୧୯୭୭ ମସିହାରେ ଅଭିମାନ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ
ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ । ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଗୀତ ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ । ୧୯୫୮-୫୯ମସିହାରୁ ତାଙ୍କ ଗୀତସୁର ଆକାଶବାଣୀରେ ବାଜୁଥିଲା । ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ । ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବରେ କାର୍ଯ୍ୟ କରିଛନ୍ତି ।
ଓଡ଼ିଆ କଥାଚିତ୍ରକୁ ଅବଦାନ
ଅଭିମାନ – ୧୯୭୭(ସଙ୍ଗୀତ ନିର୍ଦ୍ଦେଶକ)
ଫୁଲ ଚନ୍ଦନ – ୧୯୮୨(ସଙ୍ଗୀତ ନିର୍ଦ୍ଦେଶକ)
ଝିଅଟି ସୀତା ପରି – ୧୯୮୩(ସଙ୍ଗୀତ ନିର୍ଦ୍ଦେଶକ)
ଅଭିଳାଷ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
ହାକିମ ବାବୁ – ୧୯୮୫(ସଙ୍ଗୀତ ନିର୍ଦ୍ଦେଶକ)
ମୋ ମନ ଖାଲି ତୋରି ପାଇଁ – ୧୯୯୫(ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
ତୁମେ ହିଁ ସାଥୀ ମୋର – ୨୦୦୯(ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
ଏଇ ସଂଘର୍ଷ(ସଙ୍ଗୀତ ନିର୍ଦ୍ଦେଶକ)
ଭିନ୍ନ ସମୟ – ୧୯୯୨(ଅଭିନୟ)
ସମ୍ମାନ
ଶ୍ରେଷ୍ଠ ସଙ୍ଗୀତକାର(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) – ଫୁଲ ଚନ୍ଦନ ଓ ଅଭିଳାଷ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.