Take a fresh look at your lifestyle.

ମା’ ପାଟରାଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମକର ସଂକ୍ରାନ୍ତି

0 131

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଭାଟକାଟେଣୀ ଗ୍ରାମର ରୁପାବଳିଆ ପାହାଡ ପାଦଦେଶରେ ବିରାଜିତ ମା ପାଟରାଣୀ ପୀଠରେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମକର ସଂକ୍ରନ୍ତି ଉପଲକ୍ଷେ 26 ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କଳସଯାତ୍ରା, ଚଣ୍ଡିଯଜ୍ଞ ଓ ହୋମ ଯଥାରୀତି କରାଯାଇ ଥିଲା ।

ପୁରୋଧା ନିରଜଂନ ଶତପଥୀ ଙ୍କ ସମେତ ଆଦିତ୍ୟ ପ୍ରସାଦ ମହାପାତ୍ର, ଚିତ୍ତ ରଂଜନ ମହାପାତ୍ର, ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ପୁରୋଧା ମଣ୍ଡଳୀ ଯଜ୍ଞ ପରିଚାଳନା କରିଛନ୍ତି । ଶିକ୍ଷାବିତ୍ ଶଙ୍କର୍ଷଣ ଶତପଥୀ, ଅଚିନ୍ତ୍ୟ ପ୍ରସାଦ ହୋତା, ନଳୀନି ଶତପଥୀ, ଦିଲ୍ଲିପ ହୋତା, ପ୍ରଶାନ୍ତ ପଣ୍ଡା, ଅଖିଳ ହୋତା, କାବୁଲି ରାଏ, ଅଚ୍ୟୁତ ହୋତା, ସମୀର ଶତପଥୀ, ଶରତ ଚନ୍ଦ୍ର ଶତପଥୀ, ସୁଶାନ୍ତ ପଣ୍ଡା , ବିଶ୍ୱନାଥ ବାରିକ, ଦିଲ୍ଲିପ ଶତପଥୀ, ଉମାକାନ୍ତ ବାରିକ, ପ୍ରଦୀପ ପରିଡା, ସୁନିତ ପଣ୍ଡା, ବିଠଲ ପଣ୍ଡା ପ୍ରମୁଖ ଙ୍କ ସମେତ ଯଜ୍ଞ ପରିଚାଳନା କମିଟି ସଦସ୍ୟ ମାନେ ଯୋଗଦେଇଥିଲେ ଯଜ୍ଞ ଅୟୋଜନ ଏବଂ ପରିଚାଳନା ରେ ସହାୟତା କରିଥିଲେ ।

କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ମକର ସଂକ୍ରାନ୍ତି ରେ ହେବାକୁ ଥବବା ସାମୁହିକ ପ୍ରସାଦ ସେବନ କୁ ସ୍ଥଗିତ ରଖାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.