Take a fresh look at your lifestyle.

ମହେଶ ସାହୁ ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ନିଯୁକ୍ତ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା

0 36

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଇତି ମଧ୍ୟରେ ସଂଗଠନରେ ଦକ୍ଷତା ରଖିଥିବା ଯୋଗ୍ୟ ବିବେଚିତ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳକୁ ଅଧିକ ସକ୍ରିୟ କରିବା ପାଇଁ ବିଭିନ୍ନ ସାଙ୍ଗଠନିକ ପଦପଦବୀ ଘୋଷଣା କରିଛନ୍ତି ।

ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ନେତା ସାସଂଦ ମହେଶ ସାହୁଙ୍କ ଦକ୍ଷତା ଓ ପାରଦର୍ଶିତା ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ଦଳ ସଭାପତି ନବୀନ ବାବୁ ରାଜ୍ୟରେ ବିଜେଡି ସଂଗଠନ କିପରି ତୃଣମୂଳସ୍ତରରୁ ମଜଭୁତ୍ ହେବ ଏବଂ ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ସଫଳତାର ସହ ପରିଚାଳନା କରିବା ପାଇଁ ନିଜ ଦଳର ରାଜ୍ୟ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।

ଏହି ନିଯୁକ୍ତିରେ ସାଂସଦ ଶ୍ରୀ ସାହୁଙ୍କୁ ପ୍ରଥମିକତା ଦିଆଯାଇଥିବାରୁ ଢେଙ୍କାନାଳ ତଥା ଅନୁଗୁଳ ଜିଲାରେ ଖୁସିର ଲହରି ଖେଳିଯାଇଛି । ତାଙ୍କର ଏହି ନିଯୁକ୍ତି ଖବର ପାଇବା ପରେ ସାଂସଦଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ବୁଦ୍ଧିଜୀବି, ଯୁବଗୋଷ୍ଠୀ, ଦଳୀୟ କର୍ମୀ, ଅନେକ ସାମାଜିକ ଅନୁଷ୍ଠାନ ତଥା ଜିଲା ଯାଦବ ସମାଜ, ଜିଲା କୈବର୍ତ ସମାଜ, ଜିଲା ଜାତି ଓ ଜନଜାତି ସମାଜ, ବ୍ୟାଙ୍କ କର୍ମଚାରୀ ସଂଘ, ବିଭିନ୍ନ ବଜାର ପୂଜା କମିଟି, ଶ୍ରମିକ ସଂଗଠନ, ଟ୍ରକ୍ ମାଲିକ ସଂଘ, ବସ୍ ମାଲିକ ସଂଘ, ଟାକ୍ସି ମାଲିକ ସଂଘଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବତନ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଯୋଗେନ୍ଦ୍ର ନାଥ ତ୍ରିପାଠୀ, ଓଡାପଡା ବ୍ଲକ୍  ଅଧ୍ୟକ୍ଷ ସସ୍ମିତା ମହାନ୍ତି, ହିନେ୍ଦାଳ ବ୍ଲକ୍ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁଁନ୍ତ, ରାଜ୍ୟ ମହିଳା ବିଜେଡି ଉପସଭାପତି ଆଇନ୍ଜୀବୀ ସାଇଶ୍ରୀ ପଟ୍ଟନାୟକ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ଶଶିକାନ୍ତ ମିଶ୍ର, ସଂସାଦଙ୍କ ପୌରାଂଚଳ ପ୍ରତିନିଧି ରୁଦ୍ରାନ୍ତ ଦଳେଇ, ବ୍ଲକ ପ୍ରତିନିଧି ପ୍ରତାପ ଦାସ, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ପୂର୍ବତନ ନଗରପାଳ ଇନ୍ଦ୍ରମଣୀ ବେହେରା ଓ ସୁଧାଂଶୁ ଦଳେଇ, ପୂର୍ବତନ କାଉନ୍ସିଲର ଶିଶିର ଦଳେଇ, ଜ୍ଞାନଚାନ୍ଦ ମିଶ୍ର, ଲିଙ୍ଗରାଜ ସାହୁ, ରେଲ୍ୱେ ପାସେଞ୍ଜର ସଂଘ ସଭାପତି, ପୂର୍ବତନ ସୈନିକ ସଂଘ, ଯୁବ ବିଜେଡି ନଗର  ସଭାପତି ବିନୋଦ ମହାନ୍ତି, ଆଇଟି ସେଲ୍ ପ୍ରମୁଖ ଗଙ୍ଗାଧର ରାଉତ, ଛାତ୍ର ବିଜେଡି ସଂପାଦକ ସନ୍ତୋଷ କୁମାର ଦଳେଇ, ଜଗନ୍ନାଥ ସ୍ୱାଇଁ, ନଗର ଯୁବ ସଭାପତି ସଞ୍ଜିବ ମଲ୍ଲିକ, ରାଜୁ ପାଣ୍ଡେ ସାଂସଦ ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇଛନ୍ତି ।

 ସେହିପରି ସରପଂଚ ମାୟାଧର ମହାଳିକ, ଜଗବନ୍ଧୁ ଦଳେଇ, ଜିଲା ବିଜେଡି ମହିଳା ସମ୍ପାଦିକା ତିଳୋତମା ଚୌଧୁରୀ, ମାମାଲି ମିଶ୍ର, ଯୁବ ନେତା ଅମରେଶ ଜେନା, ଅରୁଣ ସାହୁ, ଭାଗି ସାହୁ, ବସ୍ ମାଲିକ ସଂଘ ସଭାପତି ପ୍ରଭାକର ବେହେରା, ଟ୍ରକ୍ ମାଲିକ ସଂଘ ସଂପାଦକ କାମାକ୍ଷା ପ୍ରସାଦ ସେନାପତି, ପ୍ରଶାନ୍ତ ମହାନ୍ତି, ଶ୍ରମିକ ସଂଗଠନ ସଭାପତି ସ୍ୱରୂପାନନ୍ଦ ଦାସ, କୈବର୍ତ ସମାଜର ବରିଷ୍ଠ ଉପଦେଷ୍ଟା ମଦନ ମୋହନ ବେହେରା, ନାରାୟଣ ସାହୁ, ବଳରାମ ନାୟକ, ଜିଲା ସାମ୍ବାଦିକ ସମୁହ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସଦ ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇବା ସହିତ ବିଭିନ୍ନ ବ୍ୟକ୍ତିବିଶେଷମାନେ ସାଂସଦ ଶ୍ରୀ ସାହୁଙ୍କ ନିଯୁକ୍ତି ପାଇଁ ବିଜେଡି ରାଜ୍ୟ ସଭାପତିଙ୍କୁ ସାଧୁବାଦ୍ ଜଣାଇଥିଲେ ।

- Advertisement -

Leave A Reply

Your email address will not be published.