Take a fresh look at your lifestyle.

କବି ହରମୋହନ ଦାଶ ଙ୍କ 94 ତମ ଜୟନ୍ତୀ ପାଳନ

0 76

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଥିଙ୍କର୍ଷ ଫୋରମ ଆନୁକୂଲ୍ୟ ରେ ଢେଙ୍କାନାଳ ର ପ୍ରଖ୍ୟାତ କବି ତଥା ବିଶିଷ୍ଟ ସାହିତ୍ୟ ସଂଗଠକ, ଜିଲ୍ଲା ଲେଖକ ସଂସଦ ର ପ୍ରଥମ ପ୍ରତିଷ୍ଠାତା ସଭାପତି ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ହରମୋହନ ଦାଶ ଙ୍କର 94 ତମ ଜୟନ୍ତୀ  ଦକ୍ଷିଣ କାଳୀ ସ୍ଥିତ ସରୋଜିନୀ ଧର୍ମଶାଳା ରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବ ରେ ଫୋରମ ର ସଭାପତି  ସୋମେନ୍ଦୁ ଶତପଥୀ ସଭାପତିତ୍ୱ କରିଥିବା ବେଳେ ଢେଙ୍କାନାଳ ର ବରପୁତ୍ର ତଥା ଓଡିଶା ର ବରିଷ୍ଠ ସାହିତ୍ୟିକ, ପ୍ରାବନ୍ଧିକ ପଣ୍ଡିତ  ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଏବଂ ବରିଷ୍ଠ କବି ତଥା ସଂଗଠକ  ଇନ୍ଦ୍ରମଣି ନାୟକ ମୁଖ୍ୟ ବକ୍ତା ହିସାବ ରେ ଯୋଗ ଦେଇଥିଲେ |

ଫୋରମ ର ସମ୍ପାଦକ ଆଇନଜୀବି ପ୍ରକାଶ ଚନ୍ଦ୍ର ରାଉତ  ଏବଂ କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ ଙ୍କ ସଂଯୋଜନା ରେ ସଭା ଆୟୋଜିତ ଉକ୍ତ ସଭା ରେ କବି ସ୍ବର୍ଗତ ହରମୋହନ ଦାଶ ଙ୍କ ଜ୍ୟେଷ୍ଠ ପୁତ୍ର ପଦାରବିନ୍ଦ ଦାଶ ଉପସ୍ଥିତ ଥିଲେ | ସର୍ବ ପ୍ରଥମେ କବି ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା |

ଅତିଥି ଏବଂ ବକ୍ତା ମାନେ କବି ହରମୋହନ ଙ୍କ ଜୀବନୀ ଏବଂ ସାହିତ୍ୟ ସାଧନା ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର କବି ହରମୋହନ କିଭଳି ଦୁଃଖ କଷ୍ଟରେ ସାହିତ୍ୟ ସାଧନା ଏବଂ ସାହିତ୍ୟ ସଂଗଠନ କାର୍ଯ୍ୟ କରୁଥିଲେ ସେ କଥା ବ୍ୟାଖ୍ୟା କରିଥିଲା ବେଳେ ମୁଖ୍ୟ ବକ୍ତା ଶ୍ରୀ ନାୟକ କବି ହରମୋହନଙ୍କ ଆଦର୍ଶ ଏବଂ ସରଳ ଜୀବନୀ ଉପରେ ଆଲୋକପାତ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ଫୋରମ ର ଉପଦେଷ୍ଟା  ଦୀପକ ପ୍ରସାଦ ପଟ୍ଟନାୟକ ଏବଂ  ଟଙ୍କଧର ବେହେରା, କବି ତଥା ଆଇନଜୀବି  ଶିବସାଇ ମହାପାତ୍ର, ଗାଳ୍ପିକ ସୁଶୀଲ ନନ୍ଦ, ଫୋରମ ର ସାମାଜିକ କାର୍ଯ୍ୟକର୍ତ୍ତା ପ୍ରମୁଖ ଦେବୀ ପ୍ରସନ୍ନ ପାଣୀ କବି ଙ୍କର ସ୍ମୃତି ଚାରଣ କରିଥିଲା ବେଳେ କବି ସର୍ବ ବୈକୁଣ୍ଠ ବିହାରୀ ସ୍ୱାଇଁ, ପ୍ରେମାନନ୍ଦ ରାଉତ, ବିବେକାନନ୍ଦ ଷଡ଼ଙ୍ଗୀ, ନଜରୁଲ ଇସଲାମ, କାଳୀ ଚରଣ ତ୍ରିପାଠୀ, ପ୍ରିୟବତ ପରିଡା, ଶିବସାଇ ମହାପାତ୍ର, ରାମଚନ୍ଦ୍ର ଦେବତା, ପତିତପାବନ ରାଉତ, ଦେବୀ ପ୍ରସାଦ ନାୟକ, ପ୍ରକାଶ ଚନ୍ଦ୍ର ରାଉତ, ନାରୀ କବି ରଶ୍ମିତା ରାଉତ, ନମିତା ମନୋହରୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ |

ପରିଶେଷରେ ଫୋରମ ର ଉପସଭାପତି  ନିମେଇ ଚରଣ ସାହୁ ଧନ୍ୟବାଦ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ ଫୋରମ ର ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, ବିନୋଦ ମଲ୍ଲିକ, ଉତ୍ତମ ଦାସ ଏବଂ ବିଳାସିନୀ ଶତପଥୀ ଙ୍କ ସହଯୋଗ ରହିଥିଲାବେଳେ ସମସ୍ତ କାର୍ଯ୍ୟକ୍ରମ କୁ ଫୋରମ ର ପ୍ରସାର ପ୍ରମୁଖ ଭୋଜରାଜ ସାହୁ ସାମାଜିକ ଗଣମାଧ୍ୟମ ରେ ପ୍ରସାର କରିଥିଲେ |
ଉପସ୍ଥିତ ବରେଣ୍ୟ ସାହିତ୍ୟ ପ୍ରେମୀ ମାନେ ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ଉକ୍ତ ପୂଜ୍ୟ ପୂଜା କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.