Take a fresh look at your lifestyle.

ଗରୀବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

0 67

ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ପଞ୍ଚାୟତ ସାଇଁବିରି ଗ୍ରାମଠାରେ ଉକ୍ରର୍ଷ ଫାଉଣ୍ଡେସନ ତରଫରୁ ଗରୀବ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡାପଡା ବ୍ଲକର ବିଡିଓ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫାଉଣ୍ଡେସନ ଦ୍ୱାରା ଗୋଶାଳା ନିର୍ମାଣ କରିବାକୁ ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ଅସହାୟ ମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ଏହି ସଭାରେ ଟ୍ରଷ୍ଟର ସଭାପତି ଧନେଶ୍ୱର ରାଉଳ, କୋଷାଧ୍ୟକ୍ଷ ମାନସ ରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ଅଜିତ କୁମାର ବାରିକ, ସନ୍ତୋଷ କୁମାର ସାହୁ, ସରୋଜ କୁମାର ସାହୁ, ଲଗେସ କୁମାର ସାହୁ, ବେଣୁଧର ରାଉତ, ବିବେକ ରାଉତ, ଚନ୍ଦ୍ରମଣି ସାହୁ, ଶାନ୍ତୁନୁ ପ୍ରଧାନଙ୍କ ସହିତ ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।ସମାଜ ସେବୀ ପୁରୁଷୋତ୍ତମ ରାଉତ ମଞ୍ଚ ପରିଚାଳନା କରିଥିଲେ । ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ବହୁତ ପ୍ରଶଂସା କରିଛନ୍ତି ।

- Advertisement -

Leave A Reply

Your email address will not be published.