Take a fresh look at your lifestyle.

ସମାଜସେବୀ ଗୌରହରି ଦାସଙ୍କ ପରଲୋକ

0 17

Get real time updates directly on you device, subscribe now.

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକର ରାଧାଦେଈପୁର ପଂଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁର ସମାଜସେବୀ ଗୌରହରି ଦାସ (୭୦)ଙ୍କର ମସ୍କିଷ୍କାଘାତରେ ପରଲୋକ ଘଟିଛି । ସେ ରାଧାଦେଈପୁର ସତ୍ୟନାରାୟଣ ପାଲା ସମିତିର ସଂପାଦକ ଓ ମୂଖ୍ୟ କର୍ଣ୍ଣଧାର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ତାଙ୍କ ବିୟୋଗରେ ପାଲାମଣ୍ଡରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ପୂର୍ବତନ ସମିତି ସଭ୍ୟ ଗଙ୍ଗାଧର ସେଠୀ, ସମାଜସେବୀ ନିର୍ମଳଚନ୍ଦ୍ର ଦାଶ, ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ସାହୁ, କୈଳାସ ଚନ୍ଦ୍ର ସାହୁ, ପ୍ରଶାନ୍ତ ରାଉଳ ପ୍ରମୁଖଙ୍କ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସଭାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ଭିନ୍ନକ୍ଷମ ଥିଲେ ଓ ଅବିବାହିତ ରହି ପାଲା ସଂସ୍କୃତିର ପ୍ରଚାର ପ୍ରସାର ସହ ବିଭିନ୍ନ ସମାଜ ସଂସ୍କାର ମୂଳକ କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.