Take a fresh look at your lifestyle.

ରାଧାଦେଇପୁର ଉଚ୍ଚବିଦ୍ୟାଳୟରେ ବଂଧୁମିଳନ କାର୍ଯ୍ୟକ୍ରମ

0 35

ଢେଙ୍କାନାଳ:ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସରକାରଙ୍କର ମୋ ସ୍କୁଲ ଅଭିଯାନ ଯୋଜନାନୁଯାୟୀ 1997 ମାଟ୍ରିକ୍ୟୁଲେସନ ବ୍ୟାଚର ଏକ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୌମ୍ୟପ୍ରକାଶ ପାଣିଙ୍କ ଆବାହକତ୍ଵରେ ମନୋରଞ୍ଜନ ମିଶ୍ରଙ୍କ ଆୟୋଜନ ଓ ସହଯୋଗରେ 45ରୁ ଉର୍ଦ୍ଧ୍ବ ସାଥୀ ସେମାନଙ୍କ ପରିବାର ସହିତ ଏକତ୍ରୀତ ହୋଇଥିଲେ। ପ୍ରଥମେ ସୁଜାତା ମିଶ୍ର ଙ୍କ  ପରିଚାଳନାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଥମେ ଆଚାର୍ଯ୍ୟ ରକେଶ ନାଥ ପ୍ରଦ୍ବୀପ ପ୍ରଜ୍ଜ୍ଵଳନ କରିଥିଲେ। ପରେ ପରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଦ୍ଦେଶ୍ୟରେ 2 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ସମସ୍ତ ବନ୍ଧୁ ନିଜ ନିଜ ସ୍ମୃତି ଅନୁଭୂତି ତଥା ଭାବର ଆଦାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଶାନ୍ତ ,ପ୍ରକାଶ, ସନ୍ତୋଷ, ଅମ୍ବୁଜ, ନିରଦ, ବିପ୍ରପ୍ରକାଶ, ରାଜେଶ୍ୱରୀ, ଭଗବତୀ, ପ୍ରୀତି ରଞ୍ଜନ, ଦିଗମ୍ବର ଓ ବିମଳ ପ୍ରମୁଖ ଯୋଗଦାନ କରିଥିଲେ।

ଦୀର୍ଘ 24 ବର୍ଷ ପରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ମନୋରଞ୍ଜନ, ସୌମ୍ୟପ୍ରକାଶ, ସୁଜାତା, ରାଜେଶ୍ୱରୀଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ପରିଶେଷରେ ନିଶାନ୍ତ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.