Take a fresh look at your lifestyle.

ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ , ଭୁବନେଶ୍ବରକୁ ହରାଇ ଭୁବନ ଫାଇନାଲରେ

0 20

Get real time updates directly on you device, subscribe now.

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଗୁରବାର ସୋଆ ୟୁନିଭରସିଟି ଭୁବନେଶ୍ବର ଏବଂ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଟସ ଜିଣି ଭୁବନେଶ୍ବର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭର ମଧ୍ୟରେ ୮ ଗୋଟି ଓ୍ଵିକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରଘୁନାଥ ମଲ୍ଲ ସର୍ବାଧିକ ୭୭ ବଲର ସମ୍ମୁଖୀନ ହୋଇ ୯୯ ରନ ସଂଗ୍ରହ କରିଥିଲେ । ସେଥିରେ ୩ ଗୋଟି ଛକା ଓ ୧୦ ଗୋଟି ଚଉକା ସାମିଲ କରିଥିଲେ । ଜବାବରେ ଭୁବନ କ୍ରିକେଟ ଦଳ ୨୧.୫ ଓଭର ବ୍ୟାଟିଂ କରି ୫ ୱିକେଟ ବ୍ୟୟରେ ୧୯୬ ରନ କରି ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ବିକ୍ରମ ଦାଶ ୩୯ ଟି ବଲର ସମ୍ମୁଖୀନ ହୋଇ ସର୍ବାଧିକ ୭୦ ରନ ସଂଗ୍ରହ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ତାଙ୍କ ବ୍ୟକ୍ତିଗତ ରନରେ ୬ ଗୋଟି ଛକା ଓ ୬ ଗୋଟି ଚଉକା ସାମିଲ କରିଥିଲେ ଏବଂ ୫ ଓଭର ଵୋଲିଙ୍ଗ କରି ୨୮ ରନ ବ୍ୟୟ କରି ୩ ୱିକେଟ ସଂଗ୍ରହ କରିଥିଲେ ।

ଖେଳ ଶେଷରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୋନାଲୀ ନାଏକ ଅତିଥି ରୁପେ ଯୋଗଦେଇ ଶ୍ରେଷ୍ଠ ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ । ଖେଳକୁ ସବ୍ୟସାଚି ସାହା ଓ ଗିରିଜା ପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ବିପିନ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଆସନ୍ତା ଜାନୁୟାରୀ ୨ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ଏବଂ ଆୟୋଜକ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହବ ବୋଲି ଆୟୋଜକ ଙ୍କ ପକ୍ଷରୁ କୁହାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.