Take a fresh look at your lifestyle.

ବର୍ଷା ଜଳ ସଂରକ୍ଷଣ  ଓ  ସଦବିନିଯୋଗ ଉପରେ କର୍ମଶାଳା

0 89

Get real time updates directly on you device, subscribe now.

ଢେଙ୍କାନାଳ : ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଜିଲ୍ଲା ଆନୁକୁଲ୍ୟରେ  ଜିଲ୍ଲାର ଅଗ୍ରଣୀ ସେଛ୍ବାସେବୀ ଅନୁଷ୍ଠାନ ଶୋଭା ର ସହଯୋଗ ରେ ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ସଂପର୍କିତ ଅଭିଯାନ କାର୍ଯ୍ୟକ୍ରମ  ଶୁଭାରମ୍ଭ ହୋଇଛି ।  ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିମଳ ପରାମର୍ଶ ଦାତା  ସ୍ମୃତି ରଞ୍ଜନ ତ୍ରିପାଠୀ  ପ୍ରଦିପ ପ୍ରଜ୍ଜ୍ଵଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଅନ୍ଯ ମାନଙ୍କ ମଧ୍ଯରେ ନେହେରୁ ଯୁବ କେନ୍ଦ୍ର ର ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାସ, ଅଧ୍ୟାପକ ବନଜ କୁମାର ରାୟ, ନେହେରୁ ଯୁବ କେନ୍ଦ୍ର ର ଶଶାଙ୍କ ମହାପାତ୍ର ଓ  ଶୋଭା ର ନିଦ୍ଦେର୍ଶକ ଉଦୟେନ୍ଦୁ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।

ସମସ୍ତ ଅତିଥି ମାନେ ବର୍ଷା ଜଳ ସଂରକ୍ଷଣ, ଜଳ ର ସୁବିନିଯୋଗ, ଭୂତଳ ଜଳର ବୃଦ୍ଧି ସଂପର୍କ ରେ ନିଜ ନିଜ ର ବହୁମୂଲ୍ୟ ବକ୍ତବ୍ଯ ପ୍ରଦାନ କରିଥିଲେ । କିପରି ଭାବରେ ଏ ଅଭିଯାନ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ତଥା ସାଧାରଣ ଲୋକ ଜଳ ର ଆବଶ୍ୟକତା ବିଷୟରେ ଜାଣିବା ସହ ଏହାର ସୁ ବିନିଯୋଗ କରିବେ ଏବଂ ସର୍ବୋପରି ବର୍ଷା ଜଳର ସଂରକ୍ଷଣ କରିପାରିବେ ସେଥିପ୍ରତି ଆମେ ସମସ୍ତେ ସହଯୋଗ କରିବା ଆବଶ୍ୟକ ।

ସୂଚନା ଥାଉ କି, ଏହି କାର୍ଯ୍ୟକ୍ରମ ଟି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ରେ ସଚେତନତା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ ହେବ ଯେଉଁଥିରେ ଶୋଭା ସମସ୍ତ ସହଯୋଗ କରିବ ବୋଲି ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିଶ୍ର କହିଥିଲେ । କାର୍ଯ୍ୟକ୍ରମ ର ଶେଷରେ ବର୍ଷା ଜଳ ସଂରକ୍ଷଣ ସମ୍ପର୍କିତ ଏକ ଶପଥପାଠ ସହ କିଛି ପୋଷ୍ଟର କୁ ମଧ୍ଯ ଉନ୍ମୋଚନ କରାଯାଇଥିଲା ।

ସର୍ବ ଶେଷରେ ବରିଷ୍ଠ ଆଇନଜୀବୀ ବସନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶୋଭା ଅନୁଷ୍ଠାନ ର ଚାଇଲ୍ଡ ଲାଇନ, ସଖି, ମହିଳା ବାଳିକା ସହାୟକ ଗ୍ରାମପଞ୍ଚାୟତ ପ୍ରକଳ୍ପ ର କର୍ମକର୍ତ୍ତା ଓ ନେହେରୁ ଯୁବ କେନ୍ଦ୍ର ର ସମସ୍ତ NYVମାନେ ଯୋଗଦାନ କରି କାର୍ଯକ୍ରମ କୁ ସଫଳ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.