Take a fresh look at your lifestyle.

ଜ୍ଞାନେନ୍ଦ୍ର ମିଳିତ ବଜାର ପୂଜା କମିଟି ସଭାପତି

0 15

ଢେଙ୍କାନାଳ: ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପରି ସୁନିଆ ବାସୀ ଲକ୍ଷ୍ମୀପୂଜା ପାଇଁ ମିଳିତ ବଜାର ପୂଜା କମିଟିର ମିଳିତ ସଭାପତି ଚୟନ ଶ୍ରୀ ଶ୍ରୀ ମଉଡମଣୀ ପୂଜା ପ୍ରତିଷ୍ଠାନ ମୀନାବଜାର ପୂଜା କମିଟିର ଆବାହକତ୍ୱରେ ମୀନାବଜାର ମଣ୍ଡପ ଠାରେ ହୋଇଯାଇଅଛି ।ମହାବୀର ବଜାର ସଂପାଦକ ଜ୍ଞାନେନ୍ଦ୍ର ବେହେରାଙ୍କୁ ସର୍ବସମ୍ମତି କ୍ରମେ ମିଳିତ ବଜାର ସଭାପତି ଭାବେ ମନୋନିତ ହୋଇଛନ୍ତି । ମୀନାବଜାର ସଭାପତି ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ମିଳିତ ବଜାର ସଂପାଦକ ପିତବାସ ସାହୁ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ପ୍ରଥମେ ମିଳିତ ବଜାର ପୂର୍ବ ବର୍ଷର ସଭାପତି ଗୋପାଳ ଚନ୍ଦ୍ର ପାତ୍ର ତାଙ୍କ ଅଭିଭାଷଣ ରଖିଥିଲେ ଏବଂ ପରେ ନୂତନ ସଭାପତି ଚୟନ କରାଯାଇଥିଲା । ୩୮ଟି ବଜାରର ସଭାପତି ଓ ସମ୍ପାଦକ ମହାବୀର ବଜାର ସଂପାଦକ ଜ୍ଞାନେନ୍ଦ୍ର ବେହେରାଙ୍କୁ ସର୍ବସମ୍ମତି କ୍ରମେ ମିଳିତ ବଜାର ସଭାପତି ଭାବେ ଚୟନ କରିଥିଲେ ।

ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ କରିବା ପରେ ଚଳିତ ବର୍ଷ ଲକ୍ଷ୍ମୀପୂଜା ଶାନ୍ତିଶୃଙ୍ଖଳା ଓ ମହାଆଡମ୍ବରପୂର୍ଣ୍ଣ ହେବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରଦାନ କରିଥିଲେ ।

- Advertisement -

Leave A Reply

Your email address will not be published.