Take a fresh look at your lifestyle.

ଓଡିଆ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

0 8

Get real time updates directly on you device, subscribe now.

 ଯୋରନ୍ଦା : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ଓଡିଆ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ ଚଳିତ ବର୍ଷର ପ୍ରଥମ ସମ୍ପାନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଅଛି ।

ପ୍ରଦୀପ ପଜ୍ଵଳନ ପରେ ଅଧ୍ୟାପିକା ବିଷ୍ଣୁପ୍ରିୟା ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହାପରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପିକା ରନିମ୍ ପତିଙ୍କୁ ବିଭାଗକୁ ସ୍ଵାଗତ କରିବା ସହିତ ପୁଷ୍ପଗୁଛ ଏବଂ ଉପହାର ପ୍ରଦାନ କରଯାଇଥିଲା । ଛାତ୍ରୀ ବିଷ୍ଣୁପ୍ରିୟା ପତି, ଅର୍ଚିତା ଖୁଣ୍ଟିଆ, ମୀନାକ୍ଷୀ ସେଠୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

ଏହାପରେ “ଓଡିଶାର ସଂକ୍ଷିପ୍ତ ଇତିହାସ” ପ୍ରସଙ୍ଗକୁ ନେଇ ବିଭାଗର ପ୍ରଥମ ସମ୍ପାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅଧ୍ୟାପକ କାମାକ୍ଷା ବେହେରା ନିବନ୍ଧ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଛାତ୍ର ରୋହନ ମହାମାନସିଂହ ପ୍ରବନ୍ଧ ପାଠ କରିବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଅଧ୍ୟାପିକା ବିଷ୍ଣୁପ୍ରିୟା ମହାପାତ୍ର, ରନିମ୍ ପତି ପ୍ରସଙ୍ଗ ସମ୍ପର୍କରେ ନିଜର ସାରଗର୍ଭକ ଭାଷଣ ପରିବେଷଣ କରିବା ସହିତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇଥିଲେ ।

ବିଷୟ ବିଶେଷଜ୍ଞ ଭାବରେ ଉପସ୍ଥିତ ପ୍ରାଧ୍ୟାପକ ଶ୍ରୀ ଦାସ ନିଜର ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସନ୍ଦେହ ମୋଚନ ସହିତ ବିଷୟ ସମ୍ପର୍କରେ ବିସ୍ତୃତ ଜ୍ଞାନ ପ୍ରଦାନ କରିଥିଲେ । ପରିଶେଷରେ ବିଭାଗୀୟ ମୁଖ୍ୟା ଅଧ୍ୟାପିକା ଗୀତାଞ୍ଜଳି ସାହୁ ସଭିଙ୍କ ଉଦ୍ଦେଶ୍ୟରେ ବିଭାଗ ତରଫରୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇ ସଫଳ ମଣ୍ଡିତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.