Take a fresh look at your lifestyle.

ଜାତୀୟ ସେବା ଯୋଜନା ଦିବସ ପାଳିତ

0 1

Get real time updates directly on you device, subscribe now.

 ଯୋରନ୍ଦା : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ପାଳିତ ହୋଇଯାଇଅଛି । ଉକ୍ତ ଦିବସରେ ଅଧ୍ୟକ୍ଷ ଡକ୍ଟର ମିଶ୍ର ରକ୍ତଦାନର ମହତ୍ଵ, ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ସମ୍ପର୍କରେ ସ୍ବେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ ।

ଏହି ଦିବସରେ ସ୍ଵେଚ୍ଚାସେବୀମାନେ ମହାବିଦ୍ୟାଳୟ ପରିସରକୁ ସଫା ରଖିବା ସହିତ ମହାବିଦ୍ୟାଳୟର ପରିସରରେ ଚାରା ରୋପଣ କରିଥିଲେ । ଏତତ୍ ସହିତ ବିଭିନ୍ନ ଅଞ୍ଚଳ ପରିକ୍ରମାକରି ଛାତ୍ରୀ ବିଷ୍ଣୁପ୍ରିୟ ପତି, ଅର୍ଚିତା ଖୁଣ୍ଟିଆ, ଛାତ୍ର ପ୍ରଦୀପ ରାଉତ, ସର୍ବେଶ୍ଵର ବେହେରା, ଚିନ୍ମୟ ରାଉତ ଓ କମଳ ଲୋଚନ ରାଉତ ଲୋକମାନଙ୍କୁ ରକ୍ତଦନର ମହତ୍ଵ ସମ୍ପର୍କରେ ମଧ୍ୟ ସଚେତନ କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ସ୍ଵେଚ୍ଛାସେବୀ ଓ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପିକା ଗୀତାଞ୍ଜଳି ସାହୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.