Take a fresh look at your lifestyle.

ସମ୍ବିଧାନ ବଂଚାଅ ଶୀର୍ଷକ ଆଲୋଚନା

0 6

ଢେଙ୍କାନାଳ: ଭୁବନ ପାଲାମଣ୍ଡପ ପାଖରେ ସମ୍ବିଧାନ ବଂଚାଅ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ସମାଜବାଦୀ ନେତା ସରୋଜ ଶତପଥୀ ଉଦ୍ଘାଟନ କରି କହିଲେ ଯେ, ଯେଉଁ ମୂଳ ସମ୍ବିଧାନକୁ ବାବା ସାହେବ ଆମ୍ବେଦକର ଏବଂ ଜାତୀୟ ସ୍ତରର ନେତାମାନେ ପ୍ରସ୍ତୁତ କରିଥିଲେ ଏବେ ଏହାକୁ ବିକଳାଙ୍ଗ କରି ନିଜ ମୁତାବକ ସମ୍ବିଧାନ କପିକୁ କେନ୍ଦ୍ର ସରକାର ସଂସଦରେ ବଂଟନ କରିଛନ୍ତି ।

ଏଥିରେ ସମାଜବାଦ ଏବଂ ଧର୍ମନୀରପେକ୍ଷତାକୁ ବାଦ୍ ଦେଇଛନ୍ତି । ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଡ୍ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ ଯେ, ବର୍ତମାନ ଭାରତ ବର୍ଷରେ ଗଣତାନ୍ତ୍ରିକ ସମ୍ବିଧାନକୁ ବଦଳାଇବା ପାଇଁ ଯେଉଁ ଶକ୍ତିମାନେ ଲିପ୍ତ ତାହାକୁ ଜନସାଧାରଣ ପ୍ରତିବାଦ କରିବାକୁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ଆଲୋଚନାରେ ସଂଗଠକ ଶିବରାମ ସାହୁ କହିଲେ ଯେ, ଯଦି ସମ୍ବିଧାନ କଦର୍ଥ କରାଯାଏ ତେବେ ଦେଶରେ ଜନଜାଗରଣ ହେବ ।

ପରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗିରିଜା ନାୟକ କହିଲେ ଯେ, ବର୍ତମାନ ସାଂପ୍ରଦାୟିକ ଶକ୍ତିଙ୍କ ନିଦେ୍ର୍ଦଶରେ ଶିକ୍ଷାନୀତି, ସ୍ୱାସ୍ଥ୍ୟନୀତି ଓ ଅନ୍ୟାନ୍ୟ ଗଣତାନ୍ତ୍ରିକ ଲିଖନକୁ ବଦଳାଇବା ପାଇଁ ସରକାର ଚେଷ୍ଟିତ । ଅନ୍ୟମାନଙ୍କ ମଧ୍ୟରେ ସମ୍ବିଧାନ ବଂଚାଅ ଉପରେ ବକ୍ତାମାନେ ସାରଗର୍ଭକ ଆଲୋଚନା କରିଥିଲେ । ସେମାନଙ୍କ ମଧ୍ୟରେ ଅଡଭୋକେଟ୍ ପ୍ରଦୀପ କୁମାର ସାହୁ, ମହିଳା ନେତ୍ରୀ ଉର୍ବସୀ ନାୟକ, ଶାନ୍ତିଲତା ସର୍ବଜ୍ଞ ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ଶେଷରେ ଶିବରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଥମରେ ଢେଙ୍କାନାଳ ଜିଲ୍ଲା ପାଇଁ ଜିଲ୍ଲା ପରିଷଦ ଗୃହରେ ଏହି ସମ୍ବିଧାନ ଗଁଦିଆ କାର୍ଯ୍ୟକ୍ରମ ପୂର୍ବକ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଆରମ୍ଭ କରିଥିଲେ ।

- Advertisement -

Leave A Reply

Your email address will not be published.