Take a fresh look at your lifestyle.

କଂକା ଗ୍ରାମରେ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

0 6

Get real time updates directly on you device, subscribe now.

ଢେଙ୍କାନାଳ, : ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥିରେ ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନର ୩୦ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭଳି ପୂଣ୍ୟ ତିଥିରେ ମୃଣ୍ମୟୀ ମୂର୍ତୀ ନିର୍ମାଣର୍ଥେ ବ୍ରାହ୍ମଣୀ ନଦୀ ତୀରେ ଥିବା ଭୈରବୀ ପୀଠ ନିକଟରୁ ହୋମ ଯଂଜ୍ଞ କୀର୍ତନ ପୂଜା ପାଠ କରି ମୂର୍ତିକା ଅନୁକୂଳ କରାଗଲା ।

କର୍ତା ଜଗନ୍ନାଥ ମହାମାନ ସିଂ, ମୁଖ୍ୟ ପୂଜକ ଅସିତ କୁମାର ମିଶ୍ର, ପୂଜକ ହୃଦାନନ୍ଦ ପତି, ପୂଜା ପ୍ରତିଷ୍ଠାନର ମୁଖ୍ୟ ମହେଶ୍ୱର ଇନ୍ଦ୍ରଜିତ ସିଂ, ଶରତ ସ୍ତମ୍ଭ, ସୁଧାକର ମାନସିଂ, ଧରଣୀଧର ମାନସିଂ, କାଶୀନାଥ ଇନ୍ଦ୍ରଜିତ ସିଂ, ହରିହର ମାନସିଂ, ଆର୍ତ ମାନସିଂ, ମଦନ ବଳିୟାର ସିଂ, ଭରତ ପରିଡା, ମଉଡ ବେହେରା, ବିଖ୍ୟାତ ସିଂ, ଅଇଁଠୁ ଇନ୍ଦ୍ରଜିତ ସିଂ, ଦେବାଶିଷ ଇନ୍ଦ୍ରଜିତ ସିଂ, ଶଶୀ ମାନସିଂ,ଦିଲ୍ଲୀପ ମାନସିଂ, ଶ୍ରୀକୃଷ୍ଣ ବଳିୟାର ସିଂ, ସଦାନନ୍ଦ ମାନସିଂ, ନବକିଶୋର ମାନସିଂ, ମାଧବ ଇନ୍ଦ୍ରଜିତ ସିଂ, ବିରଂଚି ଇନ୍ଦ୍ରଜିତ ସିଂ ପ୍ରଭୁତି ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଓ କଙ୍କା ଗ୍ରାମବାସୀଙ୍କ ସହଯୋଗରେ ମାଆଙ୍କ ମାଟି ଅନୁକୂଳ ସୁଚାରୁରୂପେ ସମାପ୍ତ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.