Take a fresh look at your lifestyle.

ମହାବୀର ୟୁଥ୍ କ୍ଲବ୍ ତରଫରୁ ଗଣେଶ ପୂଜା ପ୍ରସାଦ ସେବନ

0 6

Get real time updates directly on you device, subscribe now.

ଢେଙ୍କାନାଳ: ଗଣେଶ ପୂଜା ଅବସରରେ ମୀନାବଜାର ଜଗନ୍ନାଥ ରୋଡସ୍ଥିତ ମହାବୀର ୟୁଥ୍ କ୍ଲବ୍ ତରଫରୁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ରାଇସ୍, ଡାଲ୍ମା, ବଡିମୁଗ ଶାଗ, ଟମାଟୋ ଖଟା, ଖୀରି ଓ ପୋଟଳ ବେସନ ତରକାରୀ ଇତ୍ୟାଦି ପ୍ରସାଦକୁ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଭକ୍ତ ମହା ଆନନ୍ଦର ସହିତ ପାଇଥିଲେ ।

୪୯ ବର୍ଷ ଧରି ଏହି ପୂଜା ଚାଲିଅଛି । ଏହି ପୂଜାର ସଭାପତି ଜି. ପରମେଶ୍ୱର ରାଓ, ସଂପାଦକ ବୀରବର ସାହୁ, ସଦସ୍ୟ ଦିଲ୍ଲୀପ ଖଟୁଆ, ଚିନ୍ତାମଣି ସାହୁ, ପ୍ରଭାତ ଦଳେଇ, ସୋମନାଥ ଦୋରା, ସନ୍ତୋଷ ଦୋରା, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.