Take a fresh look at your lifestyle.

ବାରୁଆଁ (ବି ) ସେବା ସମବାୟ ସମିତି ଗୃହ ଉଦଘାଟନ

ଗୋଦାମ ଓ ବ୍ୟାଙ୍କ ଗୃହ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

0 8

Get real time updates directly on you device, subscribe now.

ଭୁବନ ୨୪.୯- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି ) ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହକୁ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ପୂର୍ବ ବର୍ଷ ମାନଙ୍କରେ ଚାଷୀ ଭାଇ ମାନେ ସାର,ଔଷଧ ପାଇଁ ବହୁତ ହଇରାଣ ହେଉଥିଲେ । ଅଧିକ ପଇସା ଦେଇ ବ୍ଲାକ ରେ କିଣିବାକୁ ବାଧ୍ୟ ହେଉଥିଲେ ।

କିନ୍ତୁ ଚଳିତ ବର୍ଷ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଙ୍କ ନିବେଦନ କ୍ରମେ ମାର୍କଫେଡ୍ ଜରିଆରେ ଆବଶ୍ୟକତା ଠାରୁ ଅଧିକ ସାର, ଔଷଧ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ବାରୁଆଁ (ବି ) ସେବା ସମବାୟ ସମିତି ସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏ ୟୁ ସି ସି ବ୍ୟାଙ୍କ୍ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଯୋଗଦେଇ ଗୋଦାମ ଗୃହ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଚାଷୀ ଭାଇ ମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରତ୍ୟେକ ସମିତି ଅଧିନରେ ଗୋଦାମ ଗୃହ ଏବଂ ଭୁବନ ରେ ବ୍ୟାଙ୍କ ଗୃହ ନିର୍ମାଣ ପାଇଁ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଏ ୟୁ ସି ସି ବ୍ୟାଙ୍କ,ଭୁବନ ଶାଖା ପରିଚାଳକ ଗଣେଶ୍ୱର ଖଟୁଆ ଯୋଗଦେଇଥିଲେ ।

ଜିଲ୍ଲା ପରିଷଦ ସଭ୍ୟ ରମେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାରୁଆଁ (ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ସୁଶାନ୍ତ କୁମାର ପରିଡ଼ା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.