Take a fresh look at your lifestyle.

ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା

0 6

Get real time updates directly on you device, subscribe now.

 କାମାକ୍ଷାନଗର : ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ କାମାକ୍ଷାନଗର ସାରଙ୍ଗଧର ଅଡିଟୋରିଅମରେ ଜନ୍ତାରିବୋଲ ଆଦର୍ଶ ବିଦ୍ୟାଳୟ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱନାଥପୁର ଆଦର୍ଶ ବିଦ୍ୟଳୟର ଛାତ୍ରଛାତ୍ରୀମାନେ ଭାଗନେଇ ଉତ୍ତମ ପ୍ରଦର୍ଶନ କରିବା ସହିତ ସଫଳତା ଅର୍ଜନ କରିଛନ୍ତି ।

ବରିଷ୍ଠ ବର୍ଗରେ ରୋଶନ କୁମାର ସାହୁ ବକ୍ତୃତାରେ ଦ୍ଵିତୀୟ, ସତ୍ୟ ଶୋଭନ ନାୟକ ରଚନା ଲେଖାରେ ତୃତୀୟ, ଇସାଶ୍ରୀ ସାହୁ ସଙ୍ଗୀତ ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ବର୍ଗରେ ଜୀବିତେଶ ମେହେନା କୁଇଜ ରେ ଦ୍ଵିତୀୟ, ଅତନ୍ଦ୍ରୀ ନାୟକ ଚିତ୍ରାଙ୍କନ ରେ ପ୍ରଥମ, ସୁଶ୍ରୀ ଶିବାନୀ ମଲ୍ଲିକ ସଂଗୀତରେ ତୃତୀୟ ଏବଂ ତ୍ରିଷ୍ଣା ତାନିଆ ମହାନ୍ତି ବିତର୍କରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ସଫଳତା ଆଣିଥିଲେ ।

ବିଦ୍ୟାଳୟର ନବନିଯୁକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତରେ ଅନେକ ସଫଳତା ପାଇବା ପାଇଁ ଉତ୍ସାହିତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.