Take a fresh look at your lifestyle.

ସଂସ୍କୃତ ହେଉଛି ସଂସ୍କୃତିର ପରିଚାୟକ

0 7

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠ ଠାରେ ଉକôଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି ।

ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପଣ୍ଡିତ ବୈକୁଣ୍ଠନାଥ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରି ସଂସ୍କୃତ ହେଉଛି ସଂସ୍କୃତିର ପରିଚାୟକବୋଲି କହିଥିଲେ ।

ସୁଧାକର ନାୟକ, ବିନୋଦ ସ୍ୱାଇଁ. ସାବିତ୍ରୀ ମିଶ୍ର , ଲକ୍ଷ୍ମୀଧର ରାଉତ ଓ ସତ୍ୟବାଦୀ ପଣ୍ଡା ସମ୍ମାନିତ ଅତିଥି ଏବଂ ଉପେନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ସଂସ୍କୃତ ସୁରକ୍ଷା ପାଇଁ ମତବ୍ୟକ୍ତ କରିଥିଲେ । ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ତୃତୀୟ ଭାଷା ବିକଳ୍ପ ରେ ବୈଷୟିକ ଶିକ୍ଷା ସଂଯୋଗ କରିବା ସଂସ୍କୃତ ଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ ନ କରିବା ନେଇ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ ।

କାର୍ଯ୍ୟକାରୀ ସଭାପତି ଡକ୍ଟର ନିରଞ୍ଜନ ଦାଶ ଅତିଥି ପରିଚୟ ଓ ପଣ୍ଡିତ ଟୁଟୁ ମିଶ୍ର ସଂପାଦକିୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଦିବଂଗତ ସଂସ୍କୃତ ଶିକ୍ଷକମାନଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ନଅ ଜଣ ସଂସ୍କୃତ ଶିକ୍ଷକ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ରୀ ବିଷ୍ଣୁପ୍ରିୟା ବରାଳ, ଶିକ୍ଷିକା ଶ୍ରୀମା ସନାତନୀ ବେହେରାଙ୍କ ତତ୍ୱାବଧାନରେ ସଂସ୍କୃତ ଭାଷାରେ ମଂଚ ପରିଚାଳନା କରିଥିଲେ ।

ପରିଶେଷରେ ପଣ୍ଡିତ ବୁଦ୍ଧଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁହାଗ ସୁହାନୀ ରାଉତ , ସୁଶ୍ରୀ ସଙ୍ଗୀତା ମହାନ୍ତି ଅଭୀପ୍ସା ମୁଦୁଲି ଶୁଚିସ୍ମିତା ପରିଡ଼ା ଶର୍ମିଷ୍ଠା ସାହୁ ଓ ଶୁଭଲକ୍ଷ୍ମୀ ସ୍ୱାଇଁ ଆଦି ଛାତ୍ରୀ ମାନେ ସଂସ୍କୃତ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.