Take a fresh look at your lifestyle.

ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ

0 8

Get real time updates directly on you device, subscribe now.

ଢେଙ୍କାନାଳ: ସଦର ବ୍ଲକ ଅନ୍ତର୍ଗତ ରଣପସି ନିକଟସ୍ଥ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ଆମେଚର ତାଇକୋଣ୍ଡୋ ଓ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ ହୋଇଯାଇଅଛି।

ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୪ ତାରିଖକୁ ସାରା ବିଶ୍ୱର ଏହି ଦିନକୁ ତାଇକୋଣ୍ଡୋ ଦିବସ ରୂପେ ପାଳନ କରୁଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଏହି ଦିବସକୁ ପାଳନ କରିଥିଲେ ।

ପ୍ରଥମେ ସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ତାଇକୋଣ୍ଡୋ ଶିକ୍ଷା ଓ ଆତ୍ମରକ୍ଷା କୌଶଳର ଶିକ୍ଷା ଉପରେ ମତବ୍ୟକ୍ତ କରିବା ସହ ସମସ୍ତଙ୍କୁ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ । ପରେ ସ୍କୁଲର ତାଇକୋଣ୍ଡୋ ପ୍ରଶିକ୍ଷକ ତଥା ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ସୌମ୍ୟବ୍ରତ ସାହୁ ଏହି ଦିବସ ବିଷୟରେ ଵିସ୍ତୃତ ଭାବରେ ମତପ୍ରକାଶ କରିବା ସହ ଏହି କ୍ରୀଡ଼ାର ଉପକାରିତ ଉପରେ ଆଲୋକପାତ କରିଥିଲେ ।

ଏହା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ କୌଶଳର ଶିକ୍ଷା ଗ୍ରହଣ କରିଥିଲେ । ଆତ୍ମ ବିଶ୍ୱାସ ହିଁ ଆତ୍ମରକ୍ଷା ବୋଲି ମତ ପ୍ରକାଶ ଶ୍ରୀ ସାହୁ ମତ ପ୍ରଦାନ କରିଥିଲେ। ସେଣ୍ଟ ଜାଭିୟର୍ସ ସ୍କୁଲ ତାଇକୋଣ୍ଡୋ ଖେଳରେ ବହୁ ରାଜ୍ୟ, ଜାତୀୟ ପଦକ ହାସଲ କରିଥିବାରୁ ଅଧ୍ୟକ୍ଷ ପୁର୍ନବାର ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କୁ ପ୍ରସଂଶା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.