Take a fresh look at your lifestyle.

ବାଜି ରାଉତ କଲେଜ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0 9

Get real time updates directly on you device, subscribe now.

ଭୁବନ : ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂସ୍କୃତ ବିଭାଗ ମୁଖ୍ୟ ଗୌରାଙ୍ଗ ଚରଣ ମହାରଣା , ଇତିହାସ ବିଭାଗ ମୁଖ୍ୟ ପ୍ରଫୁଲ୍ଲ କୁମାର ଭୂୟାଁ , ଓଡ଼ିଆ ବିଭାଗ ମୁଖ୍ୟ ବାସୁଦେବ ସାହୁ ଙ୍କ ସମେତ ଅଧ୍ୟାପକ ଅନିଲ କୁମାର ଧୀର , ଅଧ୍ୟାପିକା ଦେବଯାନୀ ପାଣି , ଅଧ୍ୟାପିକା ରଜନୀ ବିଜ୍ଞାନ , ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର , ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରାଧ୍ୟାପକ ହିମାଂଶୁ ମିଶ୍ରଙ୍କ ଶିକ୍ଷାଦାନ ଶୈଳୀ, ସମୟାନୁ ବର୍ତିତା,କାର୍ଯ୍ୟ ଦକ୍ଷତା,କର୍ତ୍ତବ୍ୟ ନିଷ୍ଠା ଓ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଅଧ୍ୟାପକ ,କର୍ମଚାରୀ ମାନେ ଉପହାର ପ୍ରଦାନ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଅଶ୍ରୁଳ ବିଦାୟ ଜଣାଇଥିଲେ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅବସର ଗ୍ରହଣ କରୁଥିବା ପ୍ରାଧ୍ୟାପକ ଙ୍କ ପରିବାର ଯୋଗଦେଇଥିଲେ ।

ହିମାଂଶୁ ସାର ଙ୍କ ଉଦ୍ଦେଶ୍ୟ ରେ ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ଭାବ ବିହ୍ବଳ ସ୍ବରଚିତ କବିତା ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.