Take a fresh look at your lifestyle.

ଭାରତ ସ୍କାଉଟ୍ ଗାଇଡ୍ ପକ୍ଷରୁ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ

0 8

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ର ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ୍ ଗାଇଡ୍ର ମୁଖ୍ୟ କମିଶନର ବିନିତା ସେନାପତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ସ୍କାଉଟ୍ ଗାଇଡ୍ମାନଙ୍କୁ ଶିକ୍ଷା ସହିତ ସମାଜ ସେବାକୁ ବ୍ରତ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ସ୍କାଉଟ୍ ଗାଇଡ୍ର ସଂପାଦକ ଜ୍ୟୋତି ପ୍ରସାଦ ପରିଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାର ପୂର୍ବତନ ସ୍କାଉଟ୍ କମିଶନର ଶଶାଙ୍କ ଶେଖର ରଥ, ଶିକ୍ଷାବିତ୍ ପୁରୁଷୋତମ ରାଉତ, ଗଦାଶିଳାର ସରପଂଚ ପ୍ରତାପ କୁମାର ସାହୁ, ଜିଲ୍ଲା ପରିଶଦ ସଭ୍ୟ ବାଳକୃଷ୍ଣ ସାହୁ, ପ୍ରଶାନ୍ତ କୁମାର ଧଳ ସ୍କାଉଟ୍ ତାଲିମ୍ କମିଶନର ନରେଶ କୁମାର ମହାରଣା, ଗାଇଡ୍ କମିଶନର ପୁଷ୍ପାଞ୍ଜଳୀ ଦଳେଇ, ବିଜୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପରେ ଜିଲ୍ଲାରୁ ୩୫୦ ରୁ ଉଦ୍ଧ୍ୱର୍ ସ୍କାଉଟ୍ ଗାଇଡ୍ ଓ ୪୦ ରୁ ଉଦ୍ଧ୍ୱର୍ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ୍ ଯୋଗଦାନ କରିଥିଲେ । ସ୍କାଉଟ୍ ଗାଇଡ୍ମାନଙ୍କୁ ତାଲିମ୍ କମିଶନର ନରେଶ କୁମାର ମହାରଣା, ସୁବ୍ରତ କୁମାର ମିଶ୍ର ଓ ସ୍ୱର୍ଣ୍ଣାଞ୍ଜଳୀ ମିଶ୍ର ତାଲିମ୍ ଦେଇଥିଲେ । ବିଦ୍ୟାଳୟର ଗାଇଡ୍ କ୍ୟାପ୍ଟେନ୍ ତୃପ୍ତିମୟୀ ରଣା ସହିତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ଓ ୮ଟି ବ୍ଲକ୍ରୁ ଯୋଗ ଦେଇଥିବା ସମସ୍ତ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ୍ ସହଯୋଗ କରିଥିଲେ ।

ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ଆସିଥିବା ୨୦୦ ହଳ ପୋଷାକ ମୁଖ୍ୟ ଅତିଥିଙ୍କ ଦ୍ୱାରା ବଂଟନ କରାଯାଇଥିଲା । ସର୍ବ ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସଂଗଠନ ସଂପାଦକ ଅମର କୁମାର ମଲ୍ଲିକ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.