Take a fresh look at your lifestyle.

ଢେଙ୍କାନାଳ ଲେଖକ ସଂସଦର କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ

0 10

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୯ ଘଟିକା ସମୟରୁ ୧୧ ଘଂଟା ପର୍ଯ୍ୟନ୍ତ ସାରଙ୍ଗଧର ମିଶ୍ରଙ୍କ ସଭାପତିତ୍ୱରେ ଏବଂ ପଣ୍ଡିତ ବିପିନ ବିହାରୀ ଶତପଥୀ ଓ ସୁକାନ୍ତି ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ (ମଧୁକ୍ଷରା) ଅନୁଷ୍ଠିତ ହୋଇଥିଲା । ୬୩ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

ଦ୍ୱିତୀୟ ଅଧିବେଶନ ୧୧ ଘଟିକା ୧.୩୦ମି ପର୍ଯ୍ୟନ୍ତ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା । ଉକ୍ତ ସଭାରେ ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ଡଃ ପ୍ରଫୁଲ୍ଲ କୁମାର ପାଣି, ଅବସରପ୍ରାପ୍ତ ପ୍ରାଧ୍ୟାପକ, ମୁଖ୍ୟବକ୍ତା ରୂପେ ଶ୍ରୀକାନ୍ତ ବହ୍ଲସାମନ୍ତ, ସମ୍ମାନୀତ ବକ୍ତା ଭାବେ ରବିନ୍ଦ୍ର କୁମାର ଦାଶ ଓ ସମ୍ମାନୀତ ଅତିଥି ରୂପେ ଅବସର ପ୍ରାପ୍ତ ନ୍ୟାୟମୂର୍ତି ତଥା ପ୍ରାକ୍ତନ ଲେଖକ ସଂସଦ ସଭାପତି ଭିକାରୀ ଚରଣ ରାଉତ ଯୋଗଦାନ କରିଥିଲେ ।

ଇନ୍ଦ୍ରମଣୀ ନାୟକ ଓ ଉପମା ସାମଲ ସାଧାରଣ ସଭାର ବିଷୟବସ୍ତୁ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନୀତ ବକ୍ତା ରବିନ୍ଦ୍ର ଦାଶ ଓ ମୁଖ୍ୟବକ୍ତା ସାମନ୍ତ ତନ୍ତ୍ର ଓ ଗ୍ରନ୍ଥର ସଫଳ ପୁରୁଷ ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ, ସାହିତ୍ୟକୃତି, ନିଷ୍ଠାପର ସାଧକ, ଦରଦୀ ନୀତିବାଦୀ ମଣିଷ, ଲଳିତ ପଦବିନ୍ୟାସକାରୀ, ଶ୍ରଷ୍ଠା ଓ ରୂପ, ରସ ଛନ୍ଦର ଶ୍ରେଷ୍ଠ କଳାକାର ଗଙ୍ଗାଧର ମେହେର ଥିଲେ ବୋଲି ବର୍ଣ୍ଣନା କରିଥିଲେ । ସଭାପତି ବସନ୍ତ କୁମାର ପଟ୍ଟନାୟକ କହିଥିଲେ ଯେ ଗଙ୍ଗାଧର ମେହେର ପ୍ରାଚୀନ କଥାବସ୍ତୁକୁ ନେଇ ନୂତନ ଢଙ୍ଗରେ ପରିପ୍ରକାଶ କରି ସମାଜକୁ ଏକ ରକ୍ଷଣାଶୀଳ ବାର୍ତା ପ୍ରଦାନ କରିଥିଲେ ।

ଅନୁଷ୍ଠାନର ଆଜୀବନ ସଦସ୍ୟ କାଳୀଚରଣ ତ୍ରିପାଠୀଙ୍କ ଦ୍ୱାରା ପୁସ୍ତକ “”ଶେଫାଳୀର ସ୍ୱପ୍ନ” ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଏବଂ ଲେଖକ ସଂସଦର ଆଜୀବନ ସଦସ୍ୟ ଜୟରାମ ସାହୁ ଇହଲୀଳା ସମ୍ବରଣ କରିଥିବାରୁ ସେମାନଙ୍କ ଉଦେ୍ଦଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ସମୀର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଲେଖକ ସଂସଦର ସଂପାଦକ ହୃଦାନନ୍ଦ ଦ୍ୱିବେଦୀ ସଂଯୋଜନା କରିଥିଲେ । ଗୁରୁ ଗଣେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଲେଖକ ସଂସଦର ସମ୍ପାଦକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.