Take a fresh look at your lifestyle.

ସେଂଟ୍ ଜାଭିୟର୍ସ ହାଇସ୍କୁଲ ପକ୍ଷରୁ ଚନ୍ଦ୍ରାୟନ-୩ ସଫଳତା ପାଇଁ ଶୁଭେଛା ପଦଯାତ୍ରା

0 8

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସେଂଟ୍ ଜାଭିୟର ହାଇସ୍କୁଲ ପକ୍ଷରୁ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ର ସଫଳ ଅବତରଣ କରିଥିବାରୁ ଇସ୍ରୋ ବୈଜ୍ଞାନୀଙ୍କ ମାନକୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ଉଦେ୍ଦଶ୍ୟରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଥିଲା ।

ଶୋଭାଯାତ୍ରାରେ ଚନ୍ଦ୍ରାୟନ -୩ ର ଅବିକଳ ପ୍ରକଳ୍ପ କରି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ବାଜିଚୌକ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମିନି ଷ୍ଟାଡିୟମ ପରିସରରେ ପହଁଚିଥିଲେ । ପରେ ଇସ୍ରୋ ବୈଜ୍ଞାନୀକ ମାନଙ୍କ ଉଦେ୍ଦଶ୍ୟରେ ଏକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେଂଟ୍ ଜାଭିୟର ସ୍କୁଲ ଅଧକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏନ୍ ସି. ସି ବାଟାଲିୟନ ଅଧିକାରୀ ଲଳିତ ନାରାୟଣ ମହାପାତ୍ର ଯୋଗ ଦାନ କରି ସ୍କୁଲର ଏଭଳି ଅଭିନବ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଥିଲେ । ଏହି ଶୋଭା ଯାତ୍ରାରେ ପ୍ରାୟ ୭୦୦ ରୁ ଉଦ୍ଧ ଛାତ୍ରଛାତ୍ରୀ, ଏନ୍.ସି.ସି. ବାଳକ ଓ ବାଳିକା ତଥା ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ଏହି ଶୋଦ୍ଭା ଯାତ୍ରାକୁ ବିଦ୍ୟାଳୟର ପରିଚାଳନା ପରିଷଦ ସଦସ୍ୟ ମାନେ ଓ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.