Take a fresh look at your lifestyle.

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆର କେ ଏସ ବୈଠକ ଅନୁଷ୍ଠିତ

0 5

Get real time updates directly on you device, subscribe now.

ଭୁବନ  : ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ଦିନ ପରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆର୍ କେ ଏସ ଅଧ୍ୟକ୍ଷ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଗତ ୨୦୨୨-୨୩ ବର୍ଷ ଖର୍ଚ୍ଚ ହୋଇଥିବା୭ ଲକ୍ଷ ୪୧ ହଜାର ୪୧୭ ଟଙ୍କା ର ଖର୍ଚ୍ଚ ତାଲିକା ଉପସ୍ଥାପନ କରିବା ସହିତ ଡାକ୍ତରଖାନା ର ଅଭାବ ଅସୁବିଧା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଚଳିତ ଆର୍ଥିକ ବର୍ଷ ରେ ଅଗଷ୍ଟ ୩୧ ସୁଦ୍ଧା ୧ ଲକ୍ଷ ୯୪ ହଜାର ଖର୍ଚ୍ଚ ତାଲିକା ଉପସ୍ଥାପନ କରି ଥିଲେ । ଏହାକୁ ସର୍ବ ସମ୍ମତ କ୍ରମେ ଅନୁମୋଦନ କରାଯାଇଥିଲା । ଡାକ୍ତରଖାନା ର ମୁଖ୍ୟ ଅସୁବିଧା ଦକ୍ଷିଣ ପାର୍ଶ୍ଵ ବାଉଣ୍ଡରି ୱାଲ,କୋଭିଡ ହସ୍ପିଟାଲ କୁ ରାସ୍ତା, ଛାତ ମରାମତି, ଡ୍ରେନ ମରାମତି,କାଓ କ୍ୟାଚର ପୂର୍ତ୍ତ ବଭାଗ ଦ୍ଵାରା କରା ଯିବାକୁ ମନ୍ତ୍ରୀ ପ୍ରକାଶ କରିଥିଲେ ।

ଆର କେ ଏସ ଫଣ୍ଡ ରୁ ଏକ୍ସ ରେ ରୁମ୍, ଡେଣ୍ଟାଲ ଓ ପି ଡି ରେ ଏ ସି ଲଗାଯିବା, ପୋଷ୍ଟ ମର୍ଟମ ଗୃହ ନିକଟରେ ଶବ ସଂରକ୍ଷଣ ଗୃହ ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ପୂର୍ତ୍ତ ବିଭାଗ ଦ୍ଵାରା ନୂତନ ଚିଲଡ୍ରେନ ପାର୍କ, ସେଲଫି ପଏଣ୍ଟ,ପାର୍କିଂ ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଡାକ୍ତର ଅଭାବ ଜନିତ ସମସ୍ୟା ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ କୁ ଅବଗତ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ।

ଏହି ବୈଠକ ରେ ମେଡିକାଲ ଅଫିସର ଡ଼ା ରମେଶ କୁମାର ସାହୁ ଙ୍କ ସମେତ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ପୂର୍ତ୍ତ ବିଭାଗ,ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.