Take a fresh look at your lifestyle.

ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି

0 10

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଆଇନ ମହାବିଦ୍ୟାଳୟରେ ଲାଞ୍ଚ ନହେଲେ କୌଣସି କଥା ଶୁଣୁନାହାନ୍ତି କର୍ମଚାରୀ । ଆଉ ବ୍ୟାକ୍ ପେପର ଫର୍ମ ପୂରଣ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ଦେବାକୁ ପଡୁଛି ।

ଏପରି ଲାଞ୍ଚ ନେଉଥିବା ବେଳେ ଆଜି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଛି ଭିଜିଲାନ୍ସ । ସେ ନେଇଥିବା ରାସାୟନିକ ପ୍ରଲେପ ୮ହଜାର ୫ଶହ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ଉତ୍ତମଙ୍କୁ ଗିରଫ କରିଛି ।

ପରେ ଭିଜିଲାନ୍ସ ପକ୍ଷରୁ ଦୁଇଟି ଦଳ ପୃଥକଭାବେ ଲ’ କଲେଜର ଉତ୍ତମଙ୍କ ଚ୍ୟାମ୍ବର ଓ ଢେଙ୍କାନାଳ ଷ୍ଟେସନ ବଜାର ସ୍ଥିତ ତାଙ୍କ ଘର ଯାଞ୍ଚ କରାଯାଇଛି । ତାଙ୍କ ଘରୁ ୨୫ଠ ଗ୍ରାମ ସୁନା ଓ ଅଢ଼େଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି l

ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରି ନେଇଥିବାବେଳେ ଅଧିକ ତଦନ୍ତ ଚଳାଇଛି । ଲ କଲେଜର ମାସୁଦ ହୁସେନ ନାମକ ଜଣେ ଆଇନ ଛାତ୍ର ବ୍ୟା କ ପେପର ଫର୍ମ ପୁରଣ ପାଇଁ ଆବଶ୍ୟକ ଆଟେଣ୍ଡାନ୍ସ ସାର୍ଟିଫିକେଟ ଆବେଦନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.