ଢେଙ୍କା ବଚନ
ଏତେ ହାଲୁକା ଭାବରେ ମୋତେ ନିଅ ନାହିଁ
ଜିଲ୍ଲାର ମାଲିକ, ବଡ଼ବଡ଼ିଆ, ସଂଗଠନମାନେ
ମୁଁ ତୁମ ସୁଦୂର ଅତୀତ, ଏ ସହରର ଏକଦା ଶାସକ
ଢେଙ୍କା ଶବର ମୁଁ
ମୋତେ ଚିହ୍ନିବାକୁ ଚେଷ୍ଟା କର
ମୋତେ ଜାଣିବାକୁ ଚେଷ୍ଟା କର
ଏ ମାଟିରେ ରହୁଛ
ଏ ମାଟିର ଇତିହାସ ଭିତରକୁ
ଟିକେ ପ୍ରବେଶିବାକୁ ଚେଷ୍ଟା କର…