Take a fresh look at your lifestyle.

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

0 30

Get real time updates directly on you device, subscribe now.

ଭୁବନ : ଆଜାଦୀ କା ଅମୃତ ମହୋସôବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ନୂଆ ଭୁବନ ଶିବ ମନ୍ଦିରରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ସାରା ସହର ପରିକ୍ରମା କରିବା ପରେ ବିଦ୍ୟାର୍ଥୀ ବିହାରରେ ସମାପନ ହୋଇଥିଲା । ଏବିଭିପି ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତୀୟ କିଷାନ ସଂଘ ଢେଙ୍କାନାଳ ଜିଲ୍ଲା ସହ ସଂଯୋଜକ ନିରଂଜନ ଗୁରୁ , ବଜରଙ୍ଗ ଦଳ କାର୍ଯ୍ୟକର୍ତା ସରୋଜ ସାହୁ , ଶିବଦତ ବିଶ୍ୱକର୍ମା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଗବନ୍ଧୁ ବିହାରୀ , ପ୍ରଶାନ୍ତ ରଣା , ପ୍ରଶାନ୍ତ ମିଶ୍ର , ସୁଶୀଳ ପାତ୍ର , ସତ୍ୟଜିତ ସାଥୁଆ ମହାପାତ୍ର , ସୌଭାଗ୍ୟ ସାହୁ , ସିପୁନ ସାହୁ , ଏବିଭିପି ଜିଲ୍ଲା ସଂଗଠନ ସଂପାଦକ ବୃନ୍ଦାବନ ମୁରୁଡି , ଜଗନ ସାହୁ . ଚିନ୍ମୟ ପୃଷ୍ଟି , ମନୋଜ ସାହୁ , ତକ୍ଷଶୀଳା ପ୍ରଧାନ ଆଚାର୍ଯ୍ୟ ଜଗବନ୍ଧୁ ପୃଷ୍ଟି ,ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ପ୍ରମୁଖ ଙ୍କ ସମେତ ଶତାଧିକ ଉସôାହୀ ଯୁବକ ତ୍ରିରଙ୍ଗା ଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

କାଳୀବଜାର ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତୀ ନିକଟରୁ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସମେତ କାଉନସିଲର ମାନେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଭୁବନର ଗଳିକନ୍ଦି ଓ ଛକ ମାନଙ୍କରେ ଭବ୍ୟ ସ୍ୱାଗତ କରାଯିବା ସହିତ ପୁଷ୍ପବୃଷ୍ଟି କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.