Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ହାଲାବୋଲ ଓ ମେହଙ୍ଗାଇ ପେ ଚର୍ଚ୍ଚା

0 12

ଢେଙ୍କାନାଳ: ନିଖିଳ ଭାରତ କଂଗ୍ରେସ କମିଟି ର ନିର୍ଦେଶ କ୍ରମେ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟନାୟକ ଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାରେ ପରଜଙ୍ଗ, କାମାକ୍ଷାନଗର ଓ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀରେ ହାଲାବୋଲ ଓ ମାହଙ୍ଗାଇ ଉପରେ ଚର୍ଚ୍ଚା କାଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି I

ଏଥିରେ ପ୍ରଦେଶ କଂଗ୍ରେସ କମିଟି ର ପଯ୍ୟବେକ୍ଷକ ଓ ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାଶ ଓ ସମ୍ପାଦକ ଶ୍ରୀ ତରୁଣକାନ୍ତ ମିଶ୍ର ଯୋଗ ଦେଇଥିଲେ ଜିଲ୍ଲା ସଭାପତି ଶ୍ରୀ ସରୋଜ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ସ୍ଥାନୀୟ ବାଜିଚଉକ ଶହୀଦ ମିନାର ଠାରେ ଅନୁଷ୍ଠିତ ହୋଇ ଯାଇଛି I ସଭାରେ ସମସ୍ତ ବକ୍ତା ମୋଦି ସରକାର ର ନିତ୍ୟ ଵେବହୃତ ସାମଗ୍ରୀ ଉପରେ GST ଲଗାଇ ଅହେତୁକ ଦର ବୃଦ୍ଧି ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ର ମାତ୍ରାଧିକ ଦର ବୃଦ୍ଧି ସାଧାରଣ ଖାଉଟି ର ଅର୍ଥ ଵେବସ୍ଥା କୁ ଭୁଶୁଡେଇଦେଇଛି ତତସହିତ ବେକାରୀ ସମସ୍ୟାର ଦୁର୍ବିସହରେ ଗତି କରିଥିବା ଯୁବ ସମାଜ ଆଜି ପଥଭ୍ରଷ୍ଟ ଦେଶ ରେ ଅସ୍ଥିରତା ସୃଷ୍ଟି ଏଣୁ କଂଗ୍ରେସ ଦଳ ଗୋଟେ ଦାୟୁତ ସମ୍ପର୍ଣ୍ଣ ବିରୋଧୀ ଦଳ ହିସାବରେ ଜନ ସାଧାରଣ ଙ୍କ ମଧ୍ୟରେ ଏ ସମସ୍ୟା ଉଠାଇ ଜନଜାଗରଣ ସୃଷ୍ଟି କରିଥିଲେ I

ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ,ସୁଭାଷିନୀ ମହାଖୁଡ଼,ପ୍ରେମ ଶଙ୍କର ମିଶ୍ର, ନିର୍ମଳ ମିଶ୍ର,ସୁନୀଲ ଦାଶ, ଗୋପାଳ ଚନ୍ଦ୍ର ସାହୁ, ନିଶାକର ସାହୁ, ଜିତେନ୍ଦ୍ର ସାହୁ,ସୁବାଷ ପ୍ରଧାନ, ପ୍ରିୟବ୍ରତ ସାସମଲ,ରାହୁଲ ସାହୁ, ମହମଦ ସମୀର, ମହିଳା ସଭାପତି ସ୍ମିତାରାଣୀ ସାମଲ, ରୁବିନା ବେଗମ, ଶିଳ୍ପୀ ଶ୍ରୀ ହରିଚନ୍ଦନ ଏବଂ ବହୁ କଂଗ୍ରେସ କର୍ମୀ ସାମିଲ ହୋଉଥିଲେ ଶେଷରେ ଟାଉନ କଂଗ୍ରେସ ସଭାପତି ହାଇଦର ମହମଦ ଧନ୍ୟବାଦ ଅର୍ପଣ କରିଥିଲେ I

- Advertisement -

Leave A Reply

Your email address will not be published.