Take a fresh look at your lifestyle.

ସଦ୍ଭାବନା ଭାରତୀୟ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ

ମହୁଲପଡା ଶିଶୁ ଗୃହରେ ସଦ୍ଭାବନା ଦିବସ ପାଳିତ

0 36

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବଳଦିଆବନ୍ଧ ପଞ୍ଚାୟତର ମହୁଲପଡା ଗ୍ରାମସ୍ଥିତ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଶନିବାର ଅପରାହ୍ନରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଶିଶୁ ଗୃହର ମୁଖ୍ୟ ପରିଚାଳିକା ତଥା ଇନ୍ଦିରା ମଙ୍ଗଳ ପ୍ରତିଷ୍ଠାନର ସମ୍ପାଦିକା ସୁଶ୍ରୀ ପୁଷ୍ପାଞ୍ଜଳି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦର ସଭାପତି ପ୍ରଦୁ୍ୟମ୍ନ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିବା ସହ ସମସ୍ତଙ୍କ ପ୍ରତି ସୌହାର୍ଦ୍ଦ୍ୟତା ବା ସଦ୍ଭାବନା ରଖିବା ଭାରତୀୟ ସଂସ୍କୃତିର ଏକ ଅବିଛେଦ୍ୟ ଅଙ୍ଗ ବୋଲି କହିଥିଲେ ।

ଅସ୍ପୃଶ୍ୟତା କି ଜାତିବାଦ ଆମ ପ୍ରାଚୀନ ସଂସ୍କୃତିର ପରିପନ୍ଥୀ ଅଟେ । ଗୁଣ ଆଉ କର୍ମକୁ ନେଇ ସମାଜରେ ଚାରୋଟି ବର୍ଣ୍ଣାଶ୍ରମ ରହିବା କଥା ପୂରାଣ ସାର ଭାବେ ପରିଚିତ ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି । ପରିଷଦର ଉପସଭାପତି ଅଖିଳ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଶିଶୁ ଗୃହର ଅନ୍ତେବାସୀଙ୍କୁ ବହୁ ସଦୁପଦେଶ ଦେଇ ସେମାନଙ୍କ ଶିକ୍ଷାଲାଭ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ ।

ପରିଷଦର ଆଇନ୍ ଉପଦେଷ୍ଟା ଗିରିଜା ପ୍ରସାଦ ମହାନ୍ତି, ଯୁଗ୍ମ ସଂପାଦକ କ୍ଷେତ୍ରବାସୀ ସାହୁ  ଓ କୋଷାଧ୍ୟକ୍ଷ ମହିନ୍ଦ୍ର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନ୍ତେବାସୀଗଣ ସୁନାଗରିକ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତରେ ରାଜୀବ ଗାନ୍ଧୀ ହିଁ କଂପୁ୍ୟଟର ବିପ୍ଲବର ସୂତ୍ରପାତ କରାଇଥିଲେ ବୋଲି  ମତପ୍ରକାଶ କରିଥିଲେ ।

ଅନ୍ତେବାସିନୀ ପ୍ରତୀକ୍ଷା ଓ ଶ୍ରୀମତୀଙ୍କ ସ୍ୱାଗତ ସଙ୍ଗୀତ ପରିବେଷଣ ବେଶ୍ ମନଛୁଆଁ ହୋଇଥିଲା । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ଜନ୍ମ ଦିବସ ୨୦ ଅଗଷ୍ଟକୁ ଦେଶବ୍ୟାପୀ “”ସଦ୍ଭାବନା ଦିବସ” ଭାବେ ପାଳନ କରାଯାଇଥାଏ । ଅନୁଷ୍ଠାନ ପକ୍ଷରୁ ସର୍ବେଶ୍ୱର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.