Take a fresh look at your lifestyle.

ସୋଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜେପି ର ଅନୁସନ୍ଧାନକାରି ଟିମ

0 103

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ମଧ୍ୟାହ୍ନ ଭୋଜନ ଖାଇ 86ଛାତ୍ରୀ ଛାତ୍ର ଡାକ୍ତରଖାନା ରେ ଭର୍ତ୍ତି ହେବା ଘଟଣା ର ସତ୍ୟ ଅନୁସନ୍ଧାନ ନିମନ୍ତେ ବିଜେପି ଟିମ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ପ୍ରବାସୀ ସଂଯୋଜକ ଜଗବନ୍ଧୁ ପୃଷ୍ଟି ଙ୍କ ସହିତ ମଣ୍ଡଳ ସଭାପତି ପ୍ରସାଦ ସେଠି ଗୋପାଳ ସାହୁ ୩ ଜଣିଆ ଟିମ ପହଂଚି ଥିଲେ . ଅଁଳାବେରେଣୀ ଡାକ୍ତରଖାନା ର ଡାକ୍ତର ଚିନ୍ମୟ ସାମଲ ଙ୍କୁ ଭେଟି ଥିଲେ I

ଗୁରୁତର ହୋଇଥିବା ବିଷ୍ଣୁପ୍ରିୟା ଭୂତିଆ ଙ୍କ ସମେତ ବହୁ ବିଦ୍ୟର୍ଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଦାଧର ସାହୁ , ବିଦ୍ୟାଳୟ ର ଅଭିଭାବକ ଙ୍କୁ ସାକ୍ଷାତ କରି ସତ୍ୟା ସତ୍ୟ ବୁଝିଥିଲେ. 345 ବିଦ୍ୟାର୍ଥୀ ଙ୍କ ମଧ୍ୟ ରୁ 264 ବିଦ୍ୟାର୍ଥୀ ଉପସ୍ଥିତ ଥିଲେ I

88ଜଣ ମେଡିକାଲ ଯାଇଥିଲେ. ଡାକ୍ତରୀ ଟିମ ସ୍କୁଲ କୁ ଆସି 60ଜଣ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେI ବିଦ୍ୟାଳୟ ର ମଧ୍ୟହ୍ନ ଭୋଜନ ସଂପର୍କ ରେ ପରିଚାଳନା କମିଟି ସଦସ୍ୟ ସତପଞ୍ଚ ଜିଲ୍ଲା ପ୍ରଶାସନ ଙ୍କୁ ବହୁ ବାର ଜଣାଇଥିଲେ ଵି କୌଣସି ସୁଫଳ ମିଳିନଥିଲା I

ଶନିବାର ମଧ୍ୟ ଡାକ୍ତରୀ ଟିମ ପହଂଚି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ I ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲ କୁ ଆସି ଥିଲେ ଵି ଅଭିଭାବକ ଙ୍କ ରୋଷ ର ଶିକାର ହୋଇଥିଲେ I ଶୁକ୍ରବାର ସନ୍ଦ୍ୟା ରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଉପସ୍ଥିତ ରହି ସମସ୍ତ ବିଷୟ ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାଯାଇଛିI

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.